ଲସ୍ ଆଞ୍ଜେଲ୍ସରେ ଲାଗିଥିବା ନିଆଁ ଯୋଗୁଁ ୯୨ହଜାର ଲୋକଙ୍କୁ ବାଧ୍ୟତାମୂଳକ ସ୍ଥାନାନ୍ତର ନିର୍ଦ୍ଦେଶ
ଆମେରିକାର ପଶ୍ଚି ମାଞ୍ଚଳରେ ଲସ୍ ଆଞ୍ଜେଲ୍ସରେ ବନାଗ୍ନି ଯୋଗୁଁ ୯୨ହଜାର ଲୋକଙ୍କୁ ବାଧ୍ୟତାମୂଳକ ଭାବେ ସ୍ଥାନ ପରିତ୍ୟାଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଅଣାନବେ ହଜାର ଲୋକଙ୍କୁ ସ୍ଥାନାନ୍ତର . କରାଯାଉଛି । ଏହି ବନାଗ୍ନିରେ ଏପର୍ଯ୍ୟନ୍ତ ୨୫ଜଣ ଲୋକଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଥିବାବେଳେ ଏହାଠାରୁ ଅଧିକ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଲସ୍ ଆଞ୍ଜେଲ୍ସ ଅଞ୍ଚଳରେ ପ୍ରବଳ ପବନ ପ୍ରବାହିତ ହେବା ଯୋଗୁଁ ଏପର୍ଯ୍ୟନ୍ତ ୪୦ ହଜାର ୫୦୦ଏକର ଅଞ୍ଚଳ ସମ୍ପୂର୍ଣ ନଷ୍ଟ ହୋଇଛି ଓ ୧୨ହଜାର ୩୦୦ରୁ ଅଧିକ ବାସଗୃହ ଭସ୍ମୀଭୂତ ହୋଇଛି । ସୂଚନା ଅନୁଯାୟୀ କାଲିଫର୍ଣିଆ ଅଞ୍ଚଳର ୮୦ହଜାରରୁ ଅଧିକ ଉପଭୋକ୍ତା ବିଜୁଳି ସୁବିଧାରୁ ବଞ୍ଚିତ ହୋଇଛନ୍ତି ।

ଆମେରିକାର ଜାତୀୟ ପାଣିପାଗ ବିଭାଗ ରେଡ୍ ଫ୍ଲାଗ୍ ୱାଣ୍ଡିଂ ଜାରି କରିଛି । ଆମେରିକା ଇତିହାସରେ ଏହା ସବୁଠାରୁ ବଡ଼ଧରଣର ଅଗ୍ନିକାଣ୍ଡ ବୋଲି କାଲିଫର୍ଣିଆର ଗଭର୍ଶର କହିଛନ୍ତି । ଏହି ବନାଗ୍ନିରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଲସ୍ ଆଞ୍ଜେଲ୍ସ ବନାଗ୍ନି ଯୋଗୁଁ ଓସ୍କାର ପୁରସ୍କାର ଲାଗି ସମୟସୀମା ବୃଦ୍ଧି କରାଯାଉଛି । ସମ୍ପୃକ୍ତ ଏକାଡେମୀ ପକ୍ଷରୁ କୁହାଯାଇଛି ୯୭ତମ ଏକାଡେମୀ ପୁରସ୍କାର ପାଇଁ ଚଳିତମାସ ୨୩ ତାରିଖରେ ଘୋଷଣା କରାଯିବ ।












Click it and Unblock the Notifications