କୁଏତ ଅଗ୍ନିକାଣ୍ଡ: ବିଲ୍ଡିଂ ମାଲିକ କେ.ଜି ଅବ୍ରହାମଙ୍କ ଉପରେ ଉଠିଲା ଆଙ୍ଗୁଠି

ନୂଆଦିଲ୍ଲୀ: କୁଏତରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ରେ ୪୩ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥିତି ଗମ୍ଭୀର ରହିଛି । କୁଏତ କୋଠାରେ ଭାରତୀୟ କର୍ମଚାରୀ ମଧ୍ୟ କାମ କରିବା ସହ ବିଭିନ୍ନ କର୍ମଚାରୀ କାମ କରୁଥିଲେ । କୁଏତରେ ଶ୍ରମିକ ଆବାସରେ ରହିଥିବା ଏହି କର୍ମଚାରୀ ମାନଙ୍କ ମଧ୍ୟରୁ ୪୧ ଲୋକଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି

ଏଥିସହ ଅଧିକାରୀ ମାନଙ୍କ କହିବା ଅନୁଯାୟୀ ବୁଧବାର ଦିନ ୧୬୦ ଲୋକ କାମ କରିବା ସହ ପୁରା ଗୋଟିଏ କମ୍ଫାନୀ ର ଲୋକ ସେଠାରେ କାମ କରୁଥିଲେ । ବର୍ତ୍ତମାନ ଏହି ଘଟଣାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଁ ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିଲା ତାହା ଏନବିଟିସି ଗ୍ରୁପ୍ ଦ୍ୱାରା ପରିଚାଳିତ ହେଉଥିଲା । ଏହାର ମାଲିକ କେରଳର ଜଣେ ବ୍ୟବସାୟୀ ଯାହାଙ୍କର ନାମ କେ.ଜି ଅବ୍ରହାମ ।

ଏନବିଟିସି ଗ୍ରୁପ୍ ୱେବସାଇଟ୍ ବର୍ତ୍ତମାନ ଖୋଲୁନାହିଁ । ଏହାର ଲିଙ୍କଡଇନ୍ ପୃଷ୍ଠାରେ ଉପଲବ୍ଧ ସୂଚନା ଅନୁଯାୟୀ, ଏହି କମ୍ପାନୀ ତୈଳ, ଗ୍ୟାସ୍ ଏବଂ ନିର୍ମାଣ ପରି କ୍ଷେତ୍ରରେ କାର୍ଯ୍ୟ କରେ । ଏହା ବ୍ୟତୀତ ଏନବିଟିସିର ଏକ ସୁପରମାର୍କେଟ ମଧ୍ୟ ଅଛି । ଏହି ସୁପରମାର୍କେଟରେ କାମ କରୁଥିବା ଲୋକମାନେ ମଧ୍ୟ ଏହି ବିଲଡିଂରେ ଥିଲେ ।

kuwait fire

୧୯୭୭ରେ ଏନବିଟିସି ପ୍ରତିଷ୍ଠା କରାଯାଇଥିଲା । ଲିଙ୍କଡିନଙ୍କ ଅନୁଯାୟୀ ଏହା ଏକ ଚୁକ୍ତିଭିତ୍ତିକ କମ୍ପାନୀ ଅଟେ । ଏହି କମ୍ପାନୀ ଇଞ୍ଜିନିୟରିଂ, ନିର୍ମାଣ, ବୈଷୟିକ ସେବା, ଭାରୀ ଯନ୍ତ୍ରପାତି ଲିଜ୍‌, ଲଜିଷ୍ଟିକ୍ସ, ହୋଟେଲ ଏବଂ ଖୁଚୁରା ବ୍ୟବସାୟରେ କାର୍ଯ୍ୟ କରେ । କମ୍ପାନୀରେ ପ୍ରାୟ ୧୪ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ଏହି ଅଗ୍ନିକାଣ୍ଡ ଘଟଣା ପରେ ବିଲ୍ଡଂ ମାଲିକଙ୍କ ଉପରେ ଉଠିଲା ଆଙ୍ଗୁଠି ।

ସ୍ଥାନୀୟ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଏହି ଦୁଃଖଦ ଘଟଣାରେ ଅନ୍ୟ ୪୩ ଜଣ ମଧ୍ୟ ଆହତ ହୋଇଛନ୍ତି । ଏଥି ସହିତ, ଅନ୍ୟ ୧୦ ଜଣଙ୍କୁ ନିରାପଦରେ ବଞ୍ଚାଇବାରେ ସଫଳ ହୋଇଛନ୍ତି । କୁଏତରେ ଥିବା ଭାରତୀୟ ଦୂତାବାସ ଏକ ଜରୁରୀକାଳୀନ ନମ୍ବର (+ ୯୬୫-୬୫୫୦୫୨୪୬) ଜାରି କରିଛି । ଲୋକମାନେ ଏହି ଫୋନ୍ ନମ୍ବରକୁ କଲ କରି ନିଜ ପ୍ରିୟ ଲୋକଙ୍କ ବିଷୟରେ ସୂଚନା ପାଇପାରିବେ ।

କୁଏତର ଉପମୁଖ୍ୟମନ୍ତ୍ରୀ ଶେଖ ଫାହଦ ୟୋସେଫ ସୌଦ ଅଲ୍‌-ସାବ ଘଟଣା ସ୍ଥଳ ପରିଦର୍ଶନ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ ସେ ରିଏଲ୍ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଛନ୍ତି । ରିଅଲ୍ ଇଷ୍ଟେଟ୍ ଭୁଲ୍ ଯୋଗୁଁ ଏହି ଭୟାନକ ଘଟଣା ଘଟିଥିବା ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+