ଏହି ଦେଶର ସହରରେ ପଶିଲେ ଆତଙ୍କବାଦୀ, ଯାହାକୁ ଦେଖିଲେ ଗୁଳି କଲେ
Hamas Attacked Israel Today: ଶନିବାର ସକାଳ ଇସ୍ରାଏନ ପାଇଁ ଆଣିଥିଲା ଏକ ଭୟଙ୍କର ଦିନ । ଲୋକେ ଜାଣି ନଥିଲେ ଯେ ସେମାନଙ୍କ ଦେଶରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ହେବା ପାଇଁ ଯାଉଛି । ଇସ୍ରାଏଲରେ ହାମସା ଆତଙ୍କବାଦୀମାନେ ୫ ହଜାର ରକେଟ୍ ମାଡ଼ କରିଛନ୍ତି । । ଏହି ଆକ୍ରମଣରେ ଅତି କମରେ ୫୦୦ ଜଣ ଗୁରୁତର ଆହତ ହୋଇଥିବାବେଳେ ଶତାଧିକ ଇସ୍ରାଏଲବାସୀ ନିଖୋଜ ଥିବା ନେଇ ଇସ୍ରାଏଲ ପକ୍ଷରୁ ସୂଚନା ମିଳିଛି । ଏହା ପରେ ଉକ୍ତ ଆତଙ୍କବାତୀ ସଂଗଠନ ବିରୋଧରେ ଇସ୍ରାଏଲ
ଯୁଦ୍ଧ ଘୋଷଣା କରିଛି ।
ସୋସିଆଲ ମିଡିଆରେ ଅନେକ ଭିଡିଓରେ ବର୍ତ୍ତମାନ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ହାମସା ଆତଙ୍କବାଦୀମାନେ ଇସ୍ରାଏଲର ମହିଳାମାନଙ୍କୁ ଏକ କାରରେ ଅପହରଣ କରୁଥିବାର ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳିଥିଲା । ହାମସା ଆତଙ୍କବାଦୀ ଗାଜା ସୀମା ଦେଇ ଇସ୍ରାଏଲର ଏକାଧିକ ସହର ମଧ୍ୟରେ ପ୍ରବେଶ କରିଛନ୍ତି । ସହରରେ ପ୍ରବେଶ କରିବା ପରେ ରାସ୍ତାରେ ଯାହାକୁ ଦେଖୁଛନ୍ତି ଗୁଳି କରୁଛନ୍ତି ଖାସ କରି ମହିଳା ମାନଙ୍କୁ ଅପହରଣ କରାଯାଉଥିବା ନେଇ ସୂଚନା ରହିଛି ।

ଆଜି ସକାଳ ହାମସା ପକ୍ଷରୁ କରାଯାଇଥିବା ରକେଟ୍ ଆଟାକରେ ପ୍ରାୟ ୨୬ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଛି । ଆତଙ୍କବାଦୀଙ୍କ ଏପରି ବର୍ବରତାକାଣ୍ତର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଖବର ଅନୁଲାରେ ବର୍ତ୍ତମାନ ସତାଧିକ ଲୋକ ଆହତ ହୋଇଛନ୍ତି । ରକେଟ ଆକ୍ରମଣ ପରେ ଆତଙ୍କବାଦୀ ମାନେ ବାଇକ୍, ଏସୟୁଭି, ପାରାଗ୍ଲାଇଡର୍ସ ସାହାଯ୍ୟରେ
ଇସ୍ରାଏଲର ଦକ୍ଷିଣପ୍ରାଣ୍ତର ସହରରେ ପ୍ରେବଶ କରିଥିଲେ ।
हमास चीफ़ हमले की TV कवरेज देखते हुए pic.twitter.com/otc6dQBNf0
— Umashankar Singh उमाशंकर सिंह (@umashankarsingh) October 7, 2023
୧୯୭୩ ଯୁଦ୍ଧର ୫୦ତମ ବାର୍ଷିକୀରେ ହାମସା ଦ୍ୱାରା ଇସ୍ରାଏଲ ଉପରେ ଆଶ୍ଚର୍ଯ୍ୟଜନକ ରକେଟ୍ ଏବଂ ଆକ୍ରମଣ କରାଯାଇଛି । ୬ ଅକ୍ଟୋବର ୧୯୭୩ରେ ଇସ୍ରାଏଲ ଉପରେ ଏହାର ପଡୋଶୀ ଦେଶମାନେ ଆକ୍ରମଣ କରିଥିଲେ । ତେବେ ଇସ୍ରାଏଲ ସେହି ଯୁଦ୍ଧରେ ବିଜୟଲାଭ କରିଥିଲା । ଇସ୍ରାଏଲ୍ ଏହି ଯୁଦ୍ଧକୁ ୟୋମ୍ କିପୁର ଯୁଦ୍ଧ ବୋଲି କହିଥିଲା । କାରଣ ଯିହୁଦୀ କ୍ୟାଲେଣ୍ଡରର ସବୁଠାରୁ ପବିତ୍ର ଦିନ ୟୋମ କିପୁର ଉପରେ ଏହି ଆକ୍ରମଣ ଆରମ୍ଭ ହୋଇଥିଲା ।
Israeli woman taken alive into Gaza. pic.twitter.com/JsGOfVGCzp
— Hananya Naftali (@HananyaNaftali) October 7, 2023
ପୂର୍ବ ବର୍ଷରେ ସେମାନଙ୍କର ପାପର ପ୍ରାୟଶ୍ଚିତ କରିବାକୁ ଯିହୁଦୀମାନେ ସାଧାରଣତଃ ଏହି ଦିନ ଉପବାସ କରନ୍ତି ଏବଂ ଏହି ଦିନଟି ଯିହୁଦୀମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ଅନେକ ଆରବ ଜଗତରେ 6 ଅକ୍ଟୋବରକୁ ଯୁଦ୍ଧ ଦିନ ଭାବରେ ମଧ୍ୟ ବିବେଚନା କରାଯାଏ ।












Click it and Unblock the Notifications