ବନ୍ୟା ମୁକାବିଲାରେ ବିଫଳ, ୩୦ ବରିଷ୍ଠ ଅଧିକାରୀଙ୍କୁ ଫାଶୀ ଦେବାକୁ କିମ ଜୋଙ୍ଗ ଉନ ଦେଲେ ନିର୍ଦ୍ଦେଶ

ପ୍ରତ୍ୟେକ ଦେଶରେ କୌଣସି ଗୁରୁତର ଅପରାଧ ପରେ ମୃତ୍ୟୁଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି। ଆହୁରି ମଧ୍ୟ ଅନେକ ଦେଶରେ ମୃତ୍ୟୁଦଣ୍ଡର କୌଣସି ବ୍ୟବସ୍ଥା ନାହିଁ। ଏହାରି ଭିତରେ ଏକଛତ୍ରବାଦ ଶାସନକୁ ନେଇ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ଉତ୍ତର କୋରିଆ ନିଜ ଦେଶର ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଘୋଷଣା କରିଛି, ଯାହାକି ଆପଣଙ୍କୁ ଚକିତ କରିବ। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ୍ ୩୦ ଜଣ ଉଚ୍ଚ ପଦାଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ସେମାନେ ବିନାଶକାରୀ ବନ୍ୟାକୁ ରୋକିବାରେ ବିଫଳ ହୋଇଥିଲେ।

ଗତ ମାସ ସେମାନଙ୍କୁ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ଉତ୍ତର କୋରିଆର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦକ୍ଷିଣ କୋରିଆର ଏକାଧିକ ନ୍ୟୁଜ ଏଜେନ୍ସି ଏହି ରିପୋର୍ଟ କରିଛନ୍ତି। ରିପୋର୍ଟ ଅନୁସାରେ, ୩୦ ଜଣ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ସହ କିଙ୍ଗ୍ ଜୋନ୍ ଚାଗଙ୍ଗ ପ୍ରୋଭିନେନ୍ସ ପ୍ରୋଭିନ୍ସିଆଲ ପାର୍ଟି କମିଟିର ସଚିବ କାଙ୍ଗ ବଙ୍ଗ-ହୁନଙ୍କୁ ପଦରୁ ନିଲମ୍ବନ କରିଛନ୍ତି। ବନ୍ୟା ମୁକାବିଲାରେ ଅଧିକାରୀମାନେ ବିଫଳ ହୋଇଥିବାରୁ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆ ଯାଇଥିବା କୁହାଯାଉଛି।

ଜୁଲାଇ ମାସରେ ଉତ୍ତର କୋରିଆରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଏହି ବନ୍ୟା ଚାଙ୍ଗଙ୍ଗ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏହି ବିପର୍ଯ୍ୟୟରେ ୪ ହଜାର ଲୋକ ପ୍ରାଣ ହରାଇଥିଲେ, ବନ୍ୟାରେ ଲୋକଙ୍କ ଘର ଭାସି ଯାଇଥିବା ବେଳେ ଅନେକ ଲୋକ ନିଜ ଘର ଛାଡ଼ି ଅନ୍ୟ ଅଞ୍ଚଳରେ ରହିବାକୁ ବାଧ୍ୟ ହୋଇଥିଲେ। କିମ ଜୋଙ୍ଗ ବ୍ୟକ୍ତିଗତ ଭାବେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। କେସିଏନ୍ଏ ଅନୁଯାୟୀ, ପ୍ୟୋଙ୍ଗୟାଙ୍ଗରେ ଥିବା ଅସ୍ଥାୟୀ କ୍ୟାମ୍ପରେ ଶିଶୁ, ବୃଦ୍ଧ ଏବଂ ଦିବ୍ୟାଙ୍ଗ ସୈନିକଙ୍କ ସମେତ ୧୫,୪୦୦ରୁ ଅଧିକ ଲୋକଙ୍କୁ ରଖାଯାଇଛି। କିମ ଜୋଙ୍ଗ ଉନ୍ କହିଛନ୍ତି ଯେ ବନ୍ୟା ପ୍ରଭାବିତ ଅଞ୍ଚଳର ପୁନର୍ନିର୍ମାଣ ପାଇଁ ଦୁଇରୁ ତିନି ମାସ ସମୟ ଲାଗିବ।

Kim Jong Un

ଦକ୍ଷିଣ କୋରିଆ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଉତ୍ତର କୋରିଆର ସେହି ସମସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯେଉଁମାନେ ବନ୍ୟାକୁ ରୋକିବା ପାଇଁ ଅଧିକ ପଦକ୍ଷେପ ନେଇଥାନ୍ତେ, କିନ୍ତୁ ନେଇପାରିନଥିଲେ, ବର୍ତ୍ତମାନ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଉତ୍ତର କୋରିଆର ଜଣେ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣ କୋରିଆ ଗଣମାଧ୍ୟମ କହିଛି ଯେ ଏହି ଦୁର୍ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ କଠୋର ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+