ମୋଦିଙ୍କ ପୋଷ୍ଟକୁ ନେଇ ଟେନସନରେ ଖ୍ୱାଜା ଆସିଫ୍, କହିଲେ ଏମିତି
ମୋଦିଙ୍କ ପୋଷ୍ଟ ପରେ ଖ୍ବାଜା ଆସିଫଙ୍କୁ ଲାଗିଲା ବେଜିତ୍ । ମୋଦିଙ୍କୁ ଟାର୍ଗେଟ କରି ଖ୍ବାଜା କହିଲେ ଏମିତି କଲେ ଶାନ୍ତି ଫେରିପାରିବ ନାହିଁ । ଭାରତ ଏସିଆ କପ୍ ୨୦୨୫ର ଫାଇନାଲରେ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା। ଦୁବାଇରେ ଫାଇନାଲ ପରେ, ପ୍ରଧାନମନ୍ତ୍ରୀ ଯାହା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କୁ ଭଲ ଲାଗିନଥିଲା । ସେ ମୋଦିଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଶାନ୍ତି ଏହି ଭାବରେ ଆସିବ ନାହିଁ।
ଖ୍ବାଜା ଆସିଫ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବତନ ପୋଷ୍ଟ ବିଷୟରେ ଲେଖିଛନ୍ତି, "କ୍ରିକେଟର ସଂସ୍କୃତି ଏବଂ ଭାବନାକୁ ନଷ୍ଟ କରି, ମୋଦି ନିଜ ରାଜନୀତିକୁ ବଞ୍ଚାଇବା ପାଇଁ ଉପମହାଦେଶରେ ଶାନ୍ତି ଏବଂ ସମସ୍ୟାର ସମାଧାନର ସମ୍ଭାବନାକୁ ନଷ୍ଟ କରୁଛନ୍ତି । ଏହି ଉପାୟରେ ଶାନ୍ତି ଏବଂ ସମ୍ମାନ ଫେରାଇ ଅଣାଯାଇପାରିବ ନାହିଁ । ପାକିସ୍ତାନ-ଭାରତ ଯୁଦ୍ଧର ସ୍କୋର ୬/୦ ଥିଲା । ଆମେ କିଛି କହୁନାହୁଁ । ମୋଦିଙ୍କୁ ଭାରତ ଏବଂ ବିଶ୍ୱ ଉଭୟରେ ଅପମାନିତ କରାଯାଇଛି ।"

ଖ୍ୱାଜା ଆସିଫଙ୍କ ପୋଷ୍ଟରେ ମଜାଳିଆ କଥା ହେଉଛି ଯେ, ମାତ୍ର ୭୨ ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ୍ ଜାତିସଂଘ ସାଧାରଣ ସଭା ମଞ୍ଚରେ ଦାବି କରିଥିଲେ ଯେ ପାକିସ୍ତାନୀ ସେନା ଭାରତ ସହିତ ୪ ଦିନିଆ ଯୁଦ୍ଧରେ ଭାରତୀୟ ବାୟୁସେନାର ୭ଟି ଜେଟ୍ ଖସାଇ ଦେଇଥିଲା । ଏବେ, ୭୨ ଘଣ୍ଟା ପରେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ୬ଟି ଜେଟ୍ ଖସାଇ ଦେଇଥିବା ଦାବି କରିଛନ୍ତି । ଅପରେସନ୍ ସିନ୍ଦୂର ପରଠାରୁ ପାକିସ୍ତାନ ସରକାର ବାରମ୍ବାର ମିଛ କହି ଆସୁଛି । ଏହା ଭାରତୀୟ ବିମାନକୁ ଖସାଇ ଦେବାର ବାରମ୍ବାର ମିଛ ଦାବି କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାର ଦାବିରେ ସଂଖ୍ୟା ମଧ୍ୟ ନିରନ୍ତର ପରିବର୍ତ୍ତନ ହେଉଛି।
ପାକିସ୍ତାନ ବିପକ୍ଷରେ ଜବରଦସ୍ତ ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଥିଲେ । ସୋସିଆଲ ମିଡିଆ ଏକ୍ସରେ ଲେଖିଥିଲେ, ''ଖେଳ ପଡିଆରେ 'ଅପରେସନ୍ ସିନ୍ଦୂର' । ଯୁଦ୍ଧ ମୈଦାନ ହେଉ କି ଖେଳ ପଡିଆ ପରିଣାମ ସର୍ବା ଭାରତ ସପକ୍ଷରେ । ସମାନ ଫଳାଫଳ- ଭାରତ ବିଜୟୀ । ଆମ କ୍ରିକେଟରଙ୍କୁ ଶୁଭେଚ୍ଛା । ''












Click it and Unblock the Notifications