Kenya: ଗ୍ୟାସ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ; ୨ ମୃତ, ୩୦୦ ଆହତ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: କେନିଆର ଏକ ଗ୍ୟାସ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ଦେଖିବାକୁ ମିଳିଛି । ଏହି ଭୟଙ୍କର ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ ଜଣ ଆହତ ହୋଇଛନ୍ତି । କେନିଆର ନାଇରୋବୀ ପ୍ରାନ୍ତରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଲ୍ଳ କେନିଆର ରାଜଧାନୀ ନାଇରୋବୀରେ ଥିବା ଏକ ଗ୍ୟାସ୍ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଛି । ଏହି ଭୟଙ୍କର ବ୍ଲାଷ୍ଟରେ ୨ଜଣଙ୍କ ପ୍ରାଣ ହରାଇଛନ୍ତି । ସେହିପରି ୩୦୦ରୁ ଅଧିକ ଆହତ ହୋଇଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବିସ୍ଫୋରଣରେ ଗ୍ୟାସ୍ ପ୍ଲାଣ୍ଟ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ତେବେ କେଉଁ କାରଣ ବିସ୍ଫୋରଣ ହେଲା ଏହାର କୌଣସି ସୂଚନା ନାହିଁ ।
Nairobi, Kenya - Huge explosion in multiple fatalities🇰🇪 pic.twitter.com/GAcFDcy6gl
— 🇬🇧RonEnglish🇬🇧🏴 (@RonEng1ish) February 2, 2024
ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ରେସକ୍ୟୁ ଟିମ୍ ପହଞ୍ଚିଥିଲା ।












Click it and Unblock the Notifications