Get Updates
Get notified of breaking news, exclusive insights, and must-see stories!

ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ୍‌ ଚକା ତଳେ ଚାପି ହୋଇ ୪୮ ଜଣଙ୍କର ମୃତ୍ୟୁ; ୨୦ ଗୁରୁତର

Kenya Road Accident: ପଶ୍ଚିମ କେନିଆର ଲୋଣ୍ଡିଆନିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ଦିନ ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀମାନେ ଏ ବିଷୟରେ ସୂଚନା ଦେଇଥିଲେ ।

ଏହି ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତା ଉପରେ ମୃତଦେହ ଗୁଡ଼ିକ ପଡ଼ି ରହିଥିବା ବେଳେ କାର୍‌, ବାଇକ୍‌ ଭାଙ୍ଗି ଯାଇ ଛିନଛତ୍ର ହୋଇ ପଡ଼ି ରହିଥିଲା। ପଶ୍ଚିମ କେନିଆର କେରିଚୋ ଏବଂ ନାକୁରୁ ଟାଉନ ରାଜପଥରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି ।

Kenya Road Accident

ତେବେ ସିପିଂ କଣ୍ଟେନର ନେଇ ଯାଉଥିବା ଏକ ଟ୍ରକ ହଠାତ୍ ନିୟନ୍ତ୍ରଣ ହରାଇବାରୁ ଅନେକ ଗାଡିରେ ଧକ୍କା ଦେଇଥିଲା । ଟ୍ରକ୍‌ଟି ଆଠଟି କାର୍‌ ସମେତ ବହୁ ବାଇକ୍‌ ଓ ରାସ୍ତା ପାର୍ଶ୍ୱରେ ଯାଉଥିବା ବ୍ୟକ୍ତିଙ୍କ ଉପରେ ବି ମାଡ଼ି ଯାଇଥିଲା । ଏହି ଦୁର୍ଘଟଣା ପରେ ଲୋକେ ବୁକୁଫଟା କ୍ରନ୍ଦନ କରି ଚାରିଆଡ଼େ ଦୌଡ଼ିବାକୁ ଲାଗିଲେ । ଦୁର୍ଘଟଣା ପରେ ଏହାର ଅନେକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ଗୁଡିକରେ କ୍ଷତିଗ୍ରସ୍ତ ମିନିବସ୍ ଓ ଟ୍ରକ୍ ସହିତ କାର୍ ଏବଂ ମୋଟର ସାଇକେଲର ଖଣ୍ଡ ଖଣ୍ଡ ଦେଖାଯାଇଛି ।

ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରୁ ୪୮ ଟି ମୃତଦେହ ଉଦ୍ଧାର କରିଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଗୁରୁତର ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଏହି ଦୁର୍ଘଟଣାରେ କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ ଟୁଇଟରେ ଲେଖିଛନ୍ତି ଯେ ଲୋଣ୍ଡିଆନୀରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପାଇଁ ଦେଶ ଶୋକ କରୁଛି ।

ଉଲ୍ଲେଖନୀୟ ଯେ, ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ଦୁର୍ଘଟଣା କେନିଆ ଇତିହାସରେ ସବୁଠାରୁ ବଡ ସଡ଼କ ଦୁର୍ଘଟଣା । ଏହା ପୂର୍ବରୁ ଗତ ବର୍ଷ କେନିଆର ଏକ ବ୍ରିଜରୁ ଏକ ବସ୍ ନଦୀ ଉପତ୍ୟକାକୁ ଖସି ପଡିଥିଲା । ସେହି ଦୁର୍ଘଟଣାରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+