ରୁଷରେ ୯/୧୧ ପରି ଆକ୍ରମଣ, ୩ଟି ବିଲ୍ଡିଂରେ ଆତଙ୍କୀଙ୍କ ଡ୍ରୋନ ଆକ୍ରମଣ
ରୁଷର କଜାନ ସହରରେ ବଡ଼ ଧରଣର ଡ୍ରୋନ ଆକ୍ରମଣ । ୯/୧୧ ପରି ଆକ୍ରମଣ । ତିନିଟି ବହୁ ତଳ କୋଠାକୁ ଆତଙ୍କୀଙ୍କ ଟାର୍ଗେଟ । ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଉଛି । ଘଟଣାରେ ୟୁକ୍ରେନକୁ ଦାୟୀ କଲା ରୁଷ । ମୋଟ ୮ଟି ଡ୍ରୋନରେ ଆକ୍ରମଣ ହୋଇଛି । କ୍ଷୟକ୍ଷତି ସଂପର୍କରେ ସବିଶେଷ କିଛି ଜଣାପଡ଼ିନାହିଁ । ଆକ୍ରମଣରେ ଶିଶୁ ସମେତ ୬ ମୃତ, ୧୦ ଗୁରୁତର ହୋଇଛନ୍ତି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ୟୁକ୍ରେନ୍ର କିଲର୍ ଡ୍ରୋନ୍ ମାଡ଼ରେ ବିଲ୍ଡିଂଗୁଡିକ ଥରି ଉଠିଛି। ବିଲ୍ଡିଂଗୁଡିକ ନଷ୍ଟ ହୋଇଯାଇଛି ଏବଂ ଏବଠାରେ ଭୟଙ୍କର ନିଆଁ ମଧ୍ୟ ଲାଗିଛି। ଏହି ପୂରା ଆକ୍ରମଣ ଘଟଣାର ଫଟୋ ଏବଂ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବିଲ୍ଡିଂରୁ ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଡ୍ରୋନ୍ ଆକ୍ରମଣ ନେଇ ମସ୍କୋ ମିଡିଆ ସୂଚନା ଦେଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଭିଡିଓ ଆଧାରରେ ୮ଟି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ୍। କାଜାନରେ ଏହି ୮ଟି ଡ୍ରୋନ୍ ମାଡ଼ ହୋଇଛି।
ଅନ୍ୟପଟେ କାଜାନର ମେୟାର କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଡ୍ରୋନ୍ ଆକ୍ରମଣ ଯୋଗୁ ସୋଭେତ୍ସକି, କିରୋସ୍କି ଓ ପ୍ରିଭୋଲଜସ୍କି ତିନୋଟି ଜିଲ୍ଲାର ଘରଗୁଡିକରେ ନିଆଁ ଲାଗି ଯାଇଛି। ଲୋକେ ଭୟରେ ଘର ଛାଡ଼ି ପଳାଇଛନ୍ତି। ଏଥିସହ ଅନେକ ମୃତାହତ ହୋଇଥିବା କୁହାଯାଉଛି। କାଜାନ ସହର ଉପରେ ହୋଇଥିବା ଏହି ଆକ୍ରମଣକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି।, କାରଣ ଚଳିତ ବର୍ଷ ରୁଷର ଏହି ସହରରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଆକ୍ରମଣକୁ ଆମେରିକାର ୯/୧୧ ଆକ୍ରମଣ ଭଳି ମଧ୍ୟ କୁହାଯାଉଛି।

ରୁଷ-ୟୁକ୍ରେନ ଯୁଦ୍ଧରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ଇଙ୍ଗିତ ଏବଂ ସମର୍ଥନରେ ରୁଷ-ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ବାଇଡେନ ବିଦାୟ ନେଉଥିବାରୁ ୟୁକ୍ରେନ ଅଧିକ ପ୍ରତିହିଂସା ପରାୟଣ ହୋଇପଡ଼ିଛି। ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନକୁ ସମର୍ଥନ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବାରୁ ବାଇଡେନଙ୍କ ସହାୟତାରେ ୟୁକ୍ରେନ ରୁଷ ଉପରେ ଆକ୍ରମଣକୁ ଜୋରଦାର କରିବାରେ ଲାଗିଛି।
ସୂଚନାଯୋଗ୍ୟ, ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ଥିବା ବିଶ୍ଵ ବାଣିଜ୍ୟ କେନ୍ଦ୍ରର ବହୁତଳ କୋଠାରେ ବିମାନ ଦ୍ଵାରା ଆକ୍ରମଣ କରାଯାଇଥିଲା। ବିମାନକୁ ହାଇଜ୍ୟାକ କରାଯାଇ ସେଥିରେ ବିସ୍ଫୋରକ ରଖି କୋଠାର ମଧ୍ୟଭାଗରେ ମାଡ଼ କରାଯାଇଥିଲା। ଏଥିରେ ୨୯୭୭ ଲୋକ ପ୍ରାଣ ହରାଇଥିବାବେଳେ ୩୫୦ରୁ ଅଧିକ ଆହତ ହୋଇଥିଲେ। ଆତଙ୍କବାଦୀ ସଂଗଠନ ଅଲକାଏଦାର ୯ ଆତଙ୍କୀ ଏହି ଆକ୍ରମଣ ଘଟାଇଥିବାବେଳେ ଏହାର ମାଷ୍ଟର ମାଇଣ୍ଡ ଥିଲା ଓସାମା ବିନ ଲାଡେନ।












Click it and Unblock the Notifications