Nepal Protest: ହିଂସାତ୍ମକ ପ୍ରତିବାଦ ମଧ୍ୟରେ ଖୋଲିଲା କାଠମାଣ୍ଡୁ ବିମାନବନ୍ଦର

ନେପାଳରେ ପ୍ରତିବାଦ ହିଂସା ରୂପ ନେଇ ଭୀଷଣ ରୂପ ନେଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରିବା ସହ ନିଆଁ ଲଗାଇଦେଇଛନ୍ତି ବିଦ୍ରୋହୀ । ଅର୍ଥମନ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘର ଜାଳିବା ସହ ତାଙ୍କ ସ୍ତ୍ରୀଙ୍କ ଦେହରେ ମଧ୍ୟ ନିଆଁ ଲଗାଇଦେଲେ । ଫଳରେ ତାଙ୍କର ମୃତ୍ୟୁ ହେଲା। ତାଙ୍କ ସ୍ବାମୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଗଲା । ଏତିକିରେ ବିଦ୍ରୋହୀଙ୍କ ରାଗ ଥମିନି। ନେପାଳର ସୁପ୍ରିମକୋର୍ଟରେ ନିଆଁ ଲଗାଇଦେଇଛନ୍ତି ପ୍ରଦର୍ଶନକାରୀ । ଫଳରେ କୋର୍ଟରେ ଥିବା ଫାଇଲପତ୍ର ସହ କମ୍ପ୍ୟୁଟର ସବୁ ଜଳିପୋଡ଼ି ପାଉଁଶ ହୋଇଥିବା ସୂଚନା ରହିଛି ।

ହିଂସା ରୋକିବା ପାଇଁ ନେପାଳ ସେନା ଦେଶବ୍ୟାପୀ କଟକଣା ଲାଗୁ କରିବା ପରେ ବୁଧବାର କର୍ତ୍ତୃପକ୍ଷ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ବିମାନବନ୍ଦରକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାଫଳରେ ପ୍ରତିକୂଳ ପରିସ୍ଥିତି ହେତୁ ସ୍ଥଗିତ ଥିବା ବିମାନ ଉଡ଼ାଣଗୁଡ଼ିକୁ ଏବେ ପ୍ରତ୍ୟାହାର କରାଯିବ।

airport

ଏଥିରେ ଯାତ୍ରୀମାନଙ୍କୁ ଉଡ଼ାଣ ସୂଚନା ପାଇଁ ସେମାନଙ୍କ ସମ୍ପୃକ୍ତ ବିମାନ କମ୍ପାନୀ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହାସହିତ ଯାତ୍ରା କରିବା ସମୟରେ ବିମାନ ଟିକେଟ୍ ଏବଂ ପରିଚୟ ପତ୍ର ସାଙ୍ଗରେ ଆଣିବାକୁ ଅନୁରୋଧ କରାଯାଇଛି। ନେପାଳ ହିଂସା ହେତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତକାଲି କାଠମାଣ୍ଠୁ ବିମାନ ବନ୍ଦରକୁ ପୂରାପୂରି ବନ୍ଦ କରି ଦିଆଯାଇଥିଲା। ଖାଲି ସେତିକି ନୁହେଁ; ଏୟାର ଇଣ୍ଡିଆ ତାର ସମସ୍ତ ବିମାନ ନେପାଳକୁ ଉଡାଣ ବାତିଲ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+