ଏଫ୍ବିଆଇର ନିର୍ଦ୍ଦେଶକ ଭାବେ ଗୀତାରେ ହାତ ରଖି ଶପଥ ନେଲେ ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ
ଫ୍ବିଆଇର ନିର୍ଦ୍ଦେଶକ ଭାବେ ଶପଥ ନେଲେ ଆମେରିକାର ପ୍ରଥମ ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ । ଶପଥ ନେବା ସମୟରେ କାଶ୍ ଗୀତ ଛୁଇଁ ଶପଥ ନେଇଛନ୍ତି । ନବମ ଏଫ୍ବିଆଇ ନିର୍ଦ୍ଦେଶକ ଭାବେ କାଶ୍ ପଟେଲ ଶପଥ ନେଇଛନ୍ତି । ଶପଥ ଗ୍ରହଣ ସମାରୋହ ୱାଂଶିଟନ ଡିସି ସ୍ଥିତ ହ୍ବାଇଟ ହାଉସ ପରିସରରେ ଆଇଜନହାବର ଏଗଜିକ୍ୟୁଟିଭ ଅଫିସ ବିଲିଡିଂରେ ଆୟୋଜିତ ହୋଇଥିଲା ।

ଆମେରିକା ଅଟର୍ନୀ ଜେନେରୋଲ ପାମ ବଣ୍ଡି ତାଙ୍କୁ ଶପଥ ପାଠ କରାଇଥିଲେ । ପ୍ରଥମ ଭାରତୀୟ ଭାବେ କାଶ୍ ପଟେଲ ଏହି ଦାୟିତ୍ବ ତୁଲାଇବେ । ଶପଥ ନେବା ପରେ ସେ ତାଙ୍କ ମା'ଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ । ଏହାସହ ସ୍ତ୍ରୀଙ୍କୁ ଆଲିଙ୍ଗନ କରିଥିଲେ । ଶପଥ ନେବା ସମୟରେ ତାଙ୍କ ପାଖରେ ଥିବା ଭାରତୀୟ ସଂସ୍କୃତି ଭଲଭାବରେ ବାରି ହୋଇପଡୁଥିଲା । କାଶ୍ ପଟେଲଙ୍କ ଘର ଗୁଜରାଟରେ । ୭ରୁ ୮ ଦଶକ ପୂର୍ବରୁ ତାଙ୍କ ପରିବାର ଭାରତ ଛାଡି ଉଗାଣ୍ଡା ପଳାଇଯାଇଥିଲା। ତାଙ୍କ ସମସ୍ତ ସମ୍ପର୍କୀୟ ଏବେ ବିଦେଶରେ ରହୁଛନ୍ତି।












Click it and Unblock the Notifications