ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କଲେ କମଲା ହାରିସ୍

ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କଲେ କମଲା ହାରିସ୍ । କେବଳ ତେଲ ଓ ନିଜକୁ ଜଣେ ଶକ୍ତିଶାଳୀ ନେତା ଭାବେ ଦେଖାଇବା ଟ୍ରମ୍ପଙ୍କ ଏକ ଜିଦ୍ ବୋଲି କହିଛନ୍ତି କମଲା । ଏହା ଆମେରିକା ପାଇଁ ବିପଜ୍ଜନକ । ମାଦୁରୋଙ୍କ ବିରୋଧରେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । କମଲା ହାରିସ୍ କହିଛନ୍ତି, ମାଦୁରୋ ଜଣେ ବେଆଇନ ଶାସକ ହୋଇଥାଇପାରନ୍ତି । କିନ୍ତୁ ଟ୍ରମ୍ପଙ୍କର ଏହି ପଦକ୍ଷେପ ଆଇନସମ୍ମତ ନୁହେଁ ।

trump

ଏଭଳି ଘଟଣା ପୂର୍ବରୁ ଦେଖିଛୁ । ତେଲ କିମ୍ବା ଶାସନ ପରିବର୍ତ୍ତନ ପାଇଁ ଯୁଦ୍ଧ ଗୁଡିକୁ 'ଶକ୍ତି ପ୍ରଦର୍ଶନ' କୁହାଯାଏ । ଶେଷରେ ଅରାଜକତା ସୃଷ୍ଟି କରେ । ସାଧାରଣ ଆମେରିକୀୟ ପରିବାର ଏହାର ମୂଲ୍ୟ ଦିଅନ୍ତି । ଟ୍ରମ୍ପ ଆମେରିକା ସୈନ୍ୟଙ୍କ ଜୀବନକୁ ବିପଦରେ ପକାଉଛନ୍ତି । ବିନା କୌଣସି ଆଇନଗତ ଅନୁମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଏଥିରେ ଆମେରିକାର କୌଣସି ଲାଭ ହେବନି । ଆମେରିକାକୁ ଜଣେ ଏପରି ନେତୃତ୍ବ ଦରକାର ଯିଏ ଲୋକଙ୍କ ଖର୍ଚ୍ଚ କମାଇବ । ଆଇନ ଶାସନ ବଜାୟ ରଖିବା ସହ ଆମେରିକା ଜନତାଙ୍କୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ବ ଦେବ ବୋଲି କହିଛନ୍ତି କମଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+