ଟ୍ରମ୍ପଙ୍କୁ କଡ଼ା ଟକ୍କର ଦେବେ କମଳା ହାରିସ
US Elections 2024: ଆମେରିକାରେ ଡେମୋକ୍ରାଟିକ୍ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ କରିବା ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ବହୁ ମତ ମିଳିଛି । ଡେମୋକ୍ରାଟିକ୍ ପାର୍ଟି ଆନୁଷ୍ଠାନିକ ଭାବେ କମଳା ହାରିସଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ଡେମୋକ୍ରାଟିକ୍ ନ୍ୟାସନାଲ କମିଟିର ଅଧ୍ୟକ୍ଷ ଜେମି ହାରିସନ୍ ଶୁକ୍ରବାର ଏହା ଘୋଷଣା କରି କହିଛନ୍ତି, 'ମୁଁ ନିଶ୍ଚିତ ଭାବେ ଗର୍ବିତ ଯେ ଉପରାଷ୍ଟ୍ରପତି ହାରିସ୍ ସମସ୍ତ ସମ୍ମିଳନୀ ପ୍ରତିନିଧିଙ୍କଠାରୁ ଅଧିକରୁ ଅଧିକ ଭୋଟ ପାଇଛନ୍ତି, ସେ ହେଉଛନ୍ତି ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ।'

ଡେମୋକ୍ରାଟିକ୍ ପାର୍ଟି ଆନୁଷ୍ଠାନିକ ଭାବେ କମଳା ହାରିସଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି । ଡେମୋକ୍ରାଟିକ୍ ନ୍ୟାସନାଲ କମିଟିର ଅଧ୍ୟକ୍ଷ ଜେମି ହାରିସନ୍ ଶୁକ୍ରବାର ଏହା ଘୋଷଣା କରିଛନ୍ତି। ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ହେବାପରେ କମଲା ହାରିସ୍ X ରେ ଏକ ପୋଷ୍ଟରେ ସେୟାର କରି ଲେଖିଛନ୍ତି, 'ମୁଁ ଆମେରିକାର ରାଷ୍ଟ୍ରପତି ପାଇଁ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ହୋଇଥିବାରୁ ଗର୍ବିତ। ଆସନ୍ତା ସପ୍ତାହରେ ମୁଁ ନାମାଙ୍କନପତ୍ର ଗ୍ରହଣ କରିବି।"
ହାରିସ୍ ଆହୁରି କହିଛନ୍ତି ଯେ ବର୍ତ୍ତମାନ ଆମ ଦେଶ ପାଇଁ ଦୁଇଟି ଦର୍ଶନ ଉପରେ କାମ କରିବାକୁ ପଡ଼ିବ । ଗୋଟିଏ ଭବିଷ୍ୟତ ଉପରେ ଏବଂ ଅନ୍ୟଟି ଅତୀତ ଉପରେ ମଧ୍ୟ ଧ୍ୟାନ ଦେବା ପାଇଁ ପଡିବ ଉଭୟଙ୍କ ସହ ସମନ୍ୱୟ ରକ୍ଷା କରି ଦେଶର ବିକାଶର ଗତି ତ୍ୱରାନ୍ୱିତ କରିବାକୁ ପଡିବ।












Click it and Unblock the Notifications