୪ବର୍ଷ ବନ୍ଦ ରହିବା ପରେ ଆସନ୍ତା ଜୁନ୍ ୩୦ରୁ ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା
କୋଭିଡ ମହାମାରୀର ଭୟାବହତା ଯୋଗୁଁ ୪ବର୍ଷ ବନ୍ଦ ରହିବା ପରେ ଆସନ୍ତା ଜୁନ୍ ୩୦ ତାରିଖରୁ କୈଳାସ ମାନସରୋବର ଯାତ୍ରା ପୁଣି ଆରମ୍ଭ ହେବ । ଉତ୍ତରାଖଣ୍ଡ ମାର୍ଗ ଦେଇ ଏହି ତୀର୍ଥଯାତ୍ରା ଆୟୋଜିତ ହେବ । ଉତ୍ତରାଖଣ୍ଡ ସରକାର ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମିଳିତ ତତ୍ତ୍ୱାଧାନରେ ଏହି ଯାତ୍ରା ଆୟୋଜନ କରାଯିବ । ଚଳିତବର୍ଷ ଏହି ଯାତ୍ରାର ପରିଚାଳନା ଦାୟିତ୍ୱ କୁମାଉଁ ମଣ୍ଡଳ ବିକାଶ ନିଗମକୁ ଦିଆଯାଇଛି । ସୂଚନା ମୁତାବକ ଏହି ଯାତ୍ରା ଦିଲ୍ଲୀରୁ ଆରମ୍ଭ ହୋଇ ପିଥରାଗଡ ଜିଲ୍ଲାର ଲିପୁଲେଖ ପାସ୍ ଦେଇ ଚୀନ୍ରେ ପ୍ରବେଶ କରିବ ।

ମୋଟ୍ ୨୫୦ଜଣ ତୀର୍ଥଯାତ୍ରୀ ଏହି ୨୨ଦିନିଆ କୈଳାସ ମାନସରୋବରରେ ଯାତ୍ରା କରିବେ । ୫୦ଜଣ ଲେଖାଏଁ ତୀର୍ଥଯାତ୍ରୀଙ୍କୁ ୫ଟି ଦଳରେ ନିଆଯିବ । ପ୍ରଥମ ଦଳ ଜୁଲାଇ ୧୦ ତାରିଖରେ ଚୀନ୍ରେ ପ୍ରବେଶ କରିବା କାର୍ଯ୍ୟକ୍ରମ ଥିବାବେଳେ ପଞ୍ଚମ ବ୍ୟାଚ୍ ଅଗଷ୍ଟ ୨୨ରେ ପ୍ରତ୍ୟାବର୍ତ୍ତନ କରିବେ । ଯାତ୍ରା ସମୟରେ ଟନକପୁର, ଧାରଚୁଲା, ଗୁଞ୍ଜି ଓ ନାଭିଧଙ୍ଗରେ ତୀର୍ଥଯାତ୍ରୀ ଦଳ ଅଟକି ରହିବେ । ପିଥରାଗଡର ଗୁଞ୍ଜିଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।












Click it and Unblock the Notifications