କାବୁଲ୍ ଶିକ୍ଷାନୁଷ୍ଠାନ ବିସ୍ଫୋରଣ ଘଟଣାରେ 53 ଜଣଙ୍କ ମୃତ୍ୟୁ
କାବୁଲ ଏକ ଶିକ୍ଷାନୁଷ୍ଠାନ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଜାତିସଂଘ ପକ୍ଷରୁ ଜାରି । ଏଥିରେ 46 ଛାତ୍ରୀଙ୍କ ସମେତ ମୋଟ 53 ଜଣଙ୍କର ମୃତ୍ୟୁ ।
କାବୁଲ: କାବୁଲ ଏକ ଶିକ୍ଷାନୁଷ୍ଠାନରେ ଘଟିଥିବା ଆତ୍ମଘାତି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଜାତିସଂଘ ପକ୍ଷରୁ ଜାରି କରାଯାଇଛି । ଏଥିରେ 46 ଛାତ୍ରୀଙ୍କ ସମେତ ମୋଟ 53 ଜଣଙ୍କର ମୃତ୍ୟୁ ହୋଇଥିବା ଜାତି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଆଫଗାନିସ୍ଥାନର ରାଜଧାନୀ କାବୁଲର ଶିତ୍ତେ ଅଞ୍ଚଳରେ ଥିବା ଏକ ଶିକ୍ଷାନୁଷ୍ଠାନରେ ହୋଇଥିଲା ଏହି ବିସ୍ଫୋରଣ । ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ ପ୍ରବକ୍ତା ଖାଲିଦ ଜଦ୍ରାନ କହିଥିଲେ " ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିସ୍ଫୋରଣକାରୀ ବୋମା ମାଡ କରିଥିଲେ। ପ୍ରାଥମିକ ସୂଚନା ଅନୁସାରେ ଏଥିରେ 19 ଜଣ ପ୍ରାଣ ହରାଇଥିବା ବେଳେ 27 ଆହତ ହୋଇଛନ୍ତି ବୋଲି ଜଣା ପଡିଥିଲା ।"
ତାଲିବାନ ପ୍ରବକ୍ତା ଅବଦୁଲ ନାଫି ଟାକୋର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସୁରକ୍ଷାକର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆକ୍ରମଣର କାରଣ ଓ ମୃତ୍ୟୁ ସଂଖ୍ୟା କିଛି ସମୟ ପରେ ସୂଚନା ଦିଆଯି ବୋଲି ନାଫି କହିଥିଲେ।












Click it and Unblock the Notifications