ଜନସନ ବେବି ପାଉଡର ଲଗାଇବାରୁ ହେଲା କ୍ୟାନ୍ସର, ଏବେ କମ୍ପାନି ଦେବ ୧୫୪ କୋଟି ଜରିମାନା
ନୂଆଦିଲ୍ଲୀ: ଜନସନ ବେବି ପାଉଡର ଲଗାଇବାରୁ ହେଲା କ୍ୟାନ୍ସର । ଏବେ କମ୍ପାନି ଗଣିବ ୧୫୪ କୋଟି ଜରିମାନା । କାଲିଫର୍ନିଆର ଜଣେ ବ୍ୟକ୍ତି କର୍କଟ ରୋଗ ପାଇଁ କମ୍ପାନୀର ପାଉଡରକୁ ଦାୟୀ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କମ୍ପାନୀର ବେବି ପାଉଡର କାରଣରୁ ହିଁ ତାଙ୍କୁ କ୍ୟାନ୍ସର ହୋଇଛି ।
ଏନେଇ ଅଭିଯୋଗକାରୀ ଜଣଙ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆର ଏକ କୋର୍ଟ ଏପରି ରାୟ ଶୁଣାଇଛନ୍ତି । ସେପଟେ ଏହା ବିରୋଧରେ କମ୍ପାନୀ ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବେ ସ୍ପଷ୍ଟ କରିଛି ।

ତେବେ କୋର୍ଟର ଜୁରି ସଦସ୍ୟମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ଜେ ଆଣ୍ଡ ଜେଙ୍କ ବେବି ପାଉଡର ଆନ୍ଥୋନୀ ଫର୍ଣ୍ଣାଡିଜ୍ ଭାଲାଡେଜଙ୍କୁ ମେସୋଥେଲିଓମା ନାମକ କର୍କଟ ରୋଗରେ ଆକ୍ରାନ୍ତ କରିଛି । ୨୪ ବର୍ଷର ହର୍ଣ୍ଣାଡିଜ୍ କହିଛନ୍ତି ଯେ, ସେ ପିଲାଦିନରୁ କମ୍ପାନୀର ବେବି ପାଉଡର ବ୍ୟବହାର କରିବା ପରେ ଛାତି ନିକଟରେ ମେସୋଥେଲିଓମା କର୍କଟ ରୋଗ ଚିହ୍ନଟ ହୋଇଛି ।
ଏହି ରୋଗର ଚିକିତ୍ସା ଯନ୍ତ୍ରଣାଦାୟକ ହୋଇଥିବା ବେଳେ ଖୁବ୍ ବ୍ୟୟବହୁଳ । ତେଣୁ ଆର୍ଥିକ କ୍ଷତିପୂରଣ ପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ୬ ସପ୍ତାହ ଧରି ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ବିଚାରପତି ଏହି ମାମଲାର ରାୟ ପ୍ରକାଶ କରିଛନ୍ତି । ଏଥିସହ ତୁରନ୍ତ ଏମୋରି ହର୍ନାଡେଜଙ୍କୁ ୧୮.୮ ମିଲିୟନ ଡଲାରର କ୍ଷତିପୂରଣ ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।












Click it and Unblock the Notifications