ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ଜୋ ବାଇଡେନ !
President Joe Biden: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଏଥର ଜୋ ବାଇଡେନ ଲଢିନପାରନ୍ତି । ନ୍ୟୁଜମେକ୍ସ ରିପୋର୍ଟ ଅନୁସାରେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରୁ ଓହରିପାରନ୍ତି । ସାମ୍ବାଦିକ ମାର୍କ ହେଲ୍ପରିନ କହିଛନ୍ତି ଯେ, ରାଷ୍ଟ୍ରପତି ଜୋ ବିଡେନ ଗଣତାନ୍ତ୍ରିକ ପ୍ରାର୍ଥୀ ପଦରୁ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ସେ ତାଙ୍କ ଉତ୍ତରାଧିକାରୀ ଭାବରେ ଉପରାଷ୍ଟ୍ରପତି କମଲା ହେରିସଙ୍କୁ ସମର୍ଥନ କରିବେ ନାହିଁ। ଯାହା ଫଳରେ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ରାସ୍ତା ଖୋଲିବା ନେଇ ଚର୍ଚ୍ଚା ହେଉଛି । ତେବେ କମଲା ହେରିସଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇ ପାରେ ବୋଲି ମଧ୍ୟ ଖବର ରହିଛି ।
କିଛି ଦିନ ପୂର୍ବେ ହୋଇଥିବା ପ୍ରେସିଡେନସିଆଲ୍ ବିତର୍କରେ ଡୋନାଲ୍ଡ ଟ୍ରମ୍ପ ଜୋ ବାଇଡେନଙ୍କ ଉପରେ ହାବି ହେଉଥିବାର ଦେଖିବା ପାଇଁ ମିଳିଥିଲା । ଯାହା ପରେ ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟବସ୍ଥା ଖରପା ଥିବା ନେଇ ଚର୍ଚ୍ଚା ହେଉଥିଲା । ତେଣୁ ଜୋ ବାଇଡେନ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରୁ ଓହରିପାରନ୍ତି ବୋଲି ବର୍ତ୍ତମାନ ଚର୍ଚ୍ଚା ଜୋରଧରିଛି ।

ନ୍ୟୁୟର୍କ ଟାଇମ୍ସ ଏହାର ରିପୋର୍ଟରେ କହିଛି ଯେ, କିଛି ଲୋକମାନେ କହିବା ଅନୁସାରେ ବାଇଡେନ୍ ବର୍ତ୍ତମାନ ଅନୁଭବ କଲେଣି ଯେ, ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ସେ ଆଉ ଜିତିବା ପାଇଁ ସକ୍ଷମ ନୁହଁନ୍ତି।












Click it and Unblock the Notifications