For Quick Alerts
Turn On Notification  
For Daily Alerts
Oneindia App Download

ଜୋ ବାଇଡେନଙ୍କ ବକ୍ତବ୍ୟ ଲେଖୁଥିବା ବ୍ୟକ୍ତି ଭାରତୀୟ ବଂଶୋଦ୍ଭବ ବିନୟ ରେଡ୍ଡୀ

ଜୋ ବାଇଡେନଙ୍କ ବକ୍ତବ୍ୟ ପ୍ରସ୍ତୁତ କରିଥିବା ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ବିନୟ ରେଡ୍ଡୀ । ବିନୟ ରେଡ୍ଡୀ 2013 ରୁ 2017 ପର୍ଯ୍ୟନ୍ତ ଆମେରିକାର ଉପରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ବକ୍ତବ୍ୟ ଲେଖକ ଥିଲେ ।

|

ଓ୍ୱାସିଙ୍ଗଟନ୍ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆଜି 46ତମ ରାଷ୍ଚ୍ରପତି ଭାବେ ଶପଥ ଗ୍ରହଣ କରିବେ । ତେବେ ସେ ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ଦେବାକୁ ଥିବା ବକ୍ତବ୍ୟରେ 'ଏକଜୁଟ୍ ଆମେରିକା' ପ୍ରସଙ୍ଗ ରହିବ ବୋଲି କୁହାଯାଇଛି । ପରାମର୍ଶଦାତାଙ୍କ ଅନୁଯାୟୀ ଆମେରିକୀୟ ସମୟ ମଧ୍ୟାହ୍ନ 12ଟା ରେ କ୍ୟାପିଟଲ ହିଲର ପଶ୍ଚିମ ପାଖରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜନ୍ ରୋବର୍ଟସ୍ ଶପଥ ଗ୍ରହଣ କରାଇବା ପରେ ରାଷ୍ଟ୍ରପତି ସ୍ୱାଗତ ଭାଷଣ ଦେବେ ।

jo biden-vinay reddy

କୋଭିଡ୍-19 ସମୟରେ ଆମେରିକାର ଅର୍ଥନୀତି ଉପରେ ପ୍ରଭାବ ପକାଇଛି । ଏହାକୁ ପୁନଃରୁଦ୍ଧାର କରିବା ସହ ଆମେରିକାର ବିକାଶକୁ ଅଗ୍ରସର କରିବା ନେଇ ରାଷ୍ଟପତି ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ରହିଛି । ଏଥସହିତ ଗତ ଜାନୁଆରୀ 6 ତାରିଖରେ କ୍ୟାପିଟାଲ୍ ହିଲରେ ହୋଇଥିବା ହିଂସାକାଣ୍ଡ ମଧ୍ୟ ଆମେରିକା ଉପରେ ବିଶେଷ ପ୍ରଭାବ ପକାଇଛି । ଡୋନାଲ୍ଡ ଟ୍ରମ୍ପଙ୍କର ସମର୍ଥକ ରାଷ୍ଟ୍ରପତି ନିର୍ବାଚନର ଭୋଟ୍ ଗଣତି ସମୟରେ ଟ୍ରମ୍ଫଙ୍କ ପରାଜୟକୁ ଅସ୍ୱୀକାର କରି ହିଂସାକାଣ୍ଡ ଭିଆଇଥିଲେ । ତେଣୁ ସମସ୍ତଙ୍କୁ ଏକଜୁଟ୍ କରିବା ସହ ଆମେରିକାକୁ ଆହୁରି ବିକାଶ କରିବା ନେଇ ବକ୍ତବ୍ୟ ରଖିବେ ।

ତେବେ ଜୋ ବାଇଡେନଙ୍କ ଏହି ସ୍ୱଗତ ଭାଷଣ ପ୍ରସ୍ତୁତି କରିବା ପଛରେ ରହିଛି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରଚେଷ୍ଟା । ଆସନ୍ତୁ ଜାଣିବା କିଏ ଏହି ଭାରତୀୟ ବଂଶୋଦ୍ଭବ ? କଣ ରହିଛି ତାଙ୍କର ଶିକ୍ଷାଗତ ଯୋଗ୍ୟତା ?

ଜୋ ବାଇଡେନଙ୍କ ବକ୍ତବ୍ୟ ପ୍ରସ୍ତୁତ କରିଥିବା ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ବିନୟ ରେଡ୍ଡୀ । ବିନୟ ରେଡ୍ଡୀ 2013 ରୁ 2017 ପର୍ଯ୍ୟନ୍ତ ଆମେରିକାର ଉପରାଷ୍ଟ୍ରପତି ଜୋ ବାଇଡେନଙ୍କ ମୁଖ୍ୟ ବକ୍ତବ୍ୟ ଲେଖକ ଥିଲେ ।

ଓହିଓ ଷ୍ଟେଟ୍ ୟୁନିଭରସିଟି କଲେଜ୍ ଅଫ୍ ଲ'ର ପୂର୍ବତନ ଛାତ୍ର ରେଡ୍ଡୀ, ବାଇଡେନଙ୍କ ବକ୍ତୃତା ନିର୍ଦ୍ଦେଶକ ରହିଛନ୍ତି । ବିନୟ ମିଆମି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ଅର୍ଜନ କରିବା ସହ ରାଜନୀତି ବିଜ୍ଞାନ ଏବଂ ଦାର୍ଶନିକରେ ଶିକ୍ଷା ଅର୍ଜନ କରିଛନ୍ତି । ତେଲେଙ୍ଗାନା ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରେଡ୍ଡୀ ଆମେରିକାରେ ଜନ୍ମଗ୍ରହଣ କରିଥିଲେ; ତାଙ୍କ ପରିବାର ତେଲେଙ୍ଗାନାର ପୋଥେରିଡିପେଟା ଗାଁର ବୋଲି କୁହାଯାଇଛି ।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁଯାୟୀ, ତାଙ୍କ ଯୋଜନା ସହ ପରିଚିତ ଲୋକମାନେ କହିଛନ୍ତି ଯେ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ଆରମ୍ଭରୁ ବାଇଡେନ ଏହି ଭାଷଣ ପ୍ରସ୍ତୁତ କରୁଛନ୍ତି । ଏକତା, ଦ୍ୱିପାକ୍ଷିକତା ଏବଂ ଆଶାବାଦୀତା ତାଙ୍କ ଭାଷଣର ମୁଖ୍ୟ ବିଷୟବସ୍ତୁ ରହିବ ବୋଲି ସହାୟକମାନେ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Jo Biden Speech Writer is an Indian-American Vinay Reddy.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X