ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣାର ଜଣାପଡ଼ିଲା କାରଣ, ପକ୍ଷୀ ମାଡ଼ ହେବା କାରଣରୁ ହୋଇଛି ଦୁର୍ଘଟଣା
ଦକ୍ଷିଣ କୋରିଆ ବିମାନ ଦୁର୍ଘଟଣା ପକ୍ଷୀ ଯୋଗୁଁ ଘଟିଥିବା ଅନୁମାନ କରାଯାଉଛି । ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାର କିଛିସମୟ ପୂର୍ବରୁ ପକ୍ଷୀ ସହ ମାଡ଼ ହେବା ନେଇ ସମ୍ଭାବ୍ୟ ସତର୍କ ସୂଚନା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ର ବିମାନକୁ ପ୍ରଦାନ କରାଯାଇଥିଲା । ଏପରିକି ବଞ୍ଚିଥିବା କ୍ରିଉ ସଦସ୍ୟଙ୍କ ମଧ୍ୟରୁ ଜଣେ ବିମାନରେ ପକ୍ଷୀ ଧକ୍କା ହୋଇଥିବା ନେଇ ସୂଚନା ଦେଇଛନ୍ତି ।
ତେବେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଥିବା କର୍ତ୍ତୃପକ୍ଷ କହିଛନ୍ତି । ଏହି ବିମାନ ଦୁର୍ଘଟଣାରେ ୧୮୧ ଜଣଙ୍କ ମଧ୍ୟରୁ ୧୭୯ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ କ୍ରିଉ ସଦସ୍ୟଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୧୭୫ ଜଣ ଯାତ୍ରୀ ଏବଂ ୪ ଜଣ କ୍ରିଉ ସଦସ୍ୟ ଅଛନ୍ତି । ଦୁର୍ଘଟଣାକୁ ନେଇ ଦକ୍ଷିଣ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସାଙ୍ଗ ମୋକ୍ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।

ଦୁର୍ଘଟଣାଗ୍ରସ୍ତ ବିମାନରୁ ଡ଼ାଟା ଏବଂ ଭଏସ୍ ରେକର୍ଡ ସହିତ ବା୍ଳକ ବକ୍ସକୁ ଜବତ କରାଯାଇଛି । ଏହି ବୋଇଂ ବିମାନଟି ଗତକାଲି ସକାଳେ ମୁଆଁନ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରନୱେରେ ବିମାନଟି ଓହ୍ଲାଇ ଏକ କାନ୍ଥରେ ପିଟି ହୋଇ ନିଆଁ ଲାଗିଯାଇଥିଲା । ମୁଆଁନ ଆନ୍ତର୍ଜାତିକ ବିମାନ ବନ୍ଦରକୁ ସମସ୍ତ ଉଡ଼ାଣ ବାତିଲ କରିଦିଆଯାଇଛି ।












Click it and Unblock the Notifications