ଜାପାନର ନିହୋନ୍ ହିଡାନକିଓକୁ ମିଳବ ଚଳିତ ବର୍ଷର ଶ୍ରେଷ୍ଠ ସମ୍ମାନ ନୋବେଲ ଶାନ୍ତି ପୁରସ୍କାର
ଜାପାନର ସଂଗଠନ ନିହୋନ୍ ହିଡାନକିଓକୁ ମିଳବ ଚଳିତ ବର୍ଷର ଏହି ଶ୍ରେଷ୍ଠ ସମ୍ମାନ। ପରମାଣୁ ଅସ୍ତ୍ର ବିରୋଧରେ ଅଭିଯାନ ପାଇଁ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ। ଏନେଇ ଆଜି ନୋବେଲ ଆସେମ୍ବଲିରେ ଘୋଷଣା କରାଯାଇଛି।

ସୂଚନାନୁସାରେ, ନରୱେ ନୋବେଲ କମିଟି ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଟ ୨୮୬ ଜଣ ପ୍ରାର୍ଥୀଙ୍କ ଆବେଦନ ଗ୍ରହଣ କରିଥିଲା। ସେମାନଙ୍କ ମଧ୍ୟରୁ ଜାପାନର ନିହୋନ୍ ହିଡାନକିଓ ସଂଗଠନ ଉପରେ ମୋହର ବାଜିଛି। ଗତ ବର୍ଷ ଅର୍ଥାତ୍ ୨୦୨୩ରେ ଇରାନର ସାମ୍ବାଦିକ ତଥା ମାନବାଧିକାର କର୍ମୀ ନର୍ଗିସ୍ ମହମ୍ମଦ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ।
ତେବେ ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସିଆ ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଏହି ଆକ୍ରମଣରେ ଜାପାନର ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇ ଥିବାବେଳେ କୋଟି କୋଟି ଟଙ୍କାର ଧନ-ସମ୍ପତ୍ତି ନଷ୍ଟ ହୋଇଥିଲା।
କିନ୍ତୁ ଜାପାନ ଆମେରିକା ଉପରେ ପ୍ରତିଶୋଧ ନ ନେଇ କିପରି ପରମାଣୁ ଅସ୍ତ୍ରର ବ୍ୟବହାରକୁ ରୋକାଯିବ ସେ ଉପରେ କାର୍ଯ୍ୟ କରିଥିଲା। ଏଥିରେ ନିହୋନ୍ ହିଡାନକିଓ ସଂଗଠନ ମୁଖ୍ୟ ଭୂମିକା ନିଭାଇଥିଲା।












Click it and Unblock the Notifications