Get Updates
Get notified of breaking news, exclusive insights, and must-see stories!

ମଦ୍ୟପାନ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରୁଛି ଏହି ଦେଶ, ଜାଣନ୍ତୁ କାରଣ

ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଅନ୍ୟ କିଛି ସ୍ଥାନ ସମେତ ଭାରତରେ ବିଭିନ୍ନ ସ୍ଥାନରେ ମଦର ବ୍ୟବହାର ନେଇ ନିଷିଦ୍ଧ କରାଯାଇଛି । କିନ୍ତୁ ବିଶ୍ବରେ ଏପରି ଏକ ଦେଶ ରହିଛି ଯେଉଁଠି ମଦ୍ୟପାନ ପାଇଁ ମିଳୁଛି ପ୍ରୋତ୍ସାହନ ।

ଟୋକିଓ : ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଅନ୍ୟ କିଛି ସ୍ଥାନ ସମେତ ଭାରତରେ ବିଭିନ୍ନ ସ୍ଥାନରେ ମଦର ବ୍ୟବହାର ନେଇ ନିଷିଦ୍ଧ କରାଯାଇଛି । ଗୁଜୁରାଟ, ବିହାର ଭଳି ଅନେକ ରାଜ୍ୟରେ ମଦ୍ୟପାନ ଓ ବିକ୍ରି ଉପରେ ରୋକ ଲଗାଯାଇଛି । କିନ୍ତୁ ବିଶ୍ବରେ ଏପରି ଏକ ଦେଶ ରହିଛି ଯେଉଁଠି ମଦ୍ୟପାନ ପାଇଁ ମିଳୁଛି ପ୍ରୋତ୍ସାହନ । ଏଠାରେ ଥିବା ଯୁବପିଢି କିଛି ମାତ୍ରାରେ ମାଦକ ଦ୍ରବ୍ୟ ସେବନ କରୁଥିବା ବେଳେ ବୟସ୍କଙ୍କ କ୍ଷେତ୍ରରେ ଏହା କମ ଦେଖାଯାଇଛି । ସେଥିପାଇଁ ବର୍ତ୍ତମାନ ଏହି ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । ଏହି ଦେଶ ହେଉଛି ଜାପାନ । ଏଠିକାର ବୟସ୍କମାନଙ୍କୁ ମଦ୍ୟପାନ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ଦେଶବ୍ୟାପୀ ପ୍ରତିଯୋଗିତା ଆରମ୍ଭ କରିଛି ।

wine
କିଛି ଅଧିକାରୀ ଏହି ନୂତନ ଅଭିଯାନ ଯୋଗୁଁ ପରିବର୍ତ୍ତନ କରିବାକୁ ଆଶା କରୁଛନ୍ତ। କମ୍ ମଦ୍ୟପାନ ଯୋଗୁଁ ସାକେ (ଚାଉଳ ମଦ) ପରି ପାନୀୟ ପଦାର୍ଥ ଉପରେ ଟିକସ ମଧ୍ୟ ହ୍ରାସ ପାଇଛି । ବର୍ତ୍ତମାନ ଜାପାନର ନ୍ୟାସନାଲ ଟ୍ୟାକ୍ସ ଏଜେନ୍ସି ବଡ ପଦକ୍ଷେପ ନେଇଛି । ଆରମ୍ଭ କରିଛି ଏହି ନୂତନ ଅଭିଯାନ। ଏହାର ଏକ ଅଂଶ ଭାବରେ ଜାପାନ ଆଶା କରୁଛି ଯେ, ମଦ ଯୁବପିଢ଼ିଙ୍କୁ ଅଧିକ ଆକର୍ଷିତ କରିବ, ଯାହା ଶିଳ୍ପକୁ ବୃଦ୍ଧି କରିବ ।

20ରୁ 39 ବର୍ଷର ଯୁବକମାନଙ୍କ ପାଇଁ ଏହି ପ୍ରତିଯୋଗୀତା ଆରମ୍ଭ ହୋଇଛି । ଜାପାନ ସରକାର ଏହି ଯୁବକମାନଙ୍କୁ ବ୍ୟବସାୟିକ ଚିନ୍ତାଧାରା ଆଣିବାକୁ କହିଛନ୍ତି ଯାହା ସେମାନଙ୍କ ସାଙ୍ଗମାନଙ୍କ ମଧ୍ୟରେ ମଦ୍ୟପାନର ଚାହିଦା ବଢ଼ାଇବ । ଜାପାନିଜ୍ ସାକେ ଶଛୁ ,ହ୍ୱିସ୍କି, ବିୟର କିମ୍ବା ଅନ୍ୟାନ୍ୟ ମଦର ବ୍ୟବହାର କରାଯାଉ । ଆସନ୍ତା ମାସ 9 ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+