ସଫଳ ହେଲା ଜାପାନର ମୁନ୍ ମିଶନ୍
Japan Moon Mission: ଇତିହାସ ରଚିଲା ଜାପାନ । ଜାପାନର ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ଚନ୍ଦ୍ର (SLIM) ମିଶନ ସ୍ନାଇପର ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି । ଜାପାନ ସ୍ପଷ୍ଟ ଲ୍ୟାଣ୍ତିଂ କରି । ବିବିସି ରିପୋର୍ଟ ଅନୁଯାୟୀ, ଏହି କାର୍ଯ୍ୟକ୍ରମର ଲାଇଭଷ୍ଟ୍ରିମିଂ ମଧ୍ୟ ବନ୍ଦ କରି ଦିଆଯାଇଛି ।
ଜାପାନର ସ୍ପେସ୍ ଏଜେନ୍ସି JAXA ଦ୍ୱାରା ପକ୍ଷରୁ ମିଳୁଥିବା ସୂଚନା ଅନୁସାରେ, ଜାପାନର ମୁନ୍ ମିଶନକୁ ନେଇ ଏକ ପ୍ରେସ ରିଲିଜ୍ କରାଯିବ ଯେଉଁଥିରେ ସମ୍ପର୍ଣ୍ଣ ସୂଚନା ଦିଆଯିବ । ଯଦି ଜାପାନ ଚନ୍ଦ୍ର ପୃଷ୍ଠରେ ସ୍ପଷ୍ଟ ଲ୍ୟାଣ୍ତିଂ କରିଛି, ତେବେ ଏହା କରିବାର ସେ ପଞ୍ଚମ ଦେଶ । ଏହାପୂର୍ବରୁ ଭାରତ, ଋଷ, ଆମେରିକା ଏବଂ ଚୀନ୍ ଏହି ସଫଳତା ହାସଲ କରିଛି ।

ଜାପାନର ସ୍ପେସ୍ ଏଜେନ୍ସି ଜ୍ୟାକ୍ସର ଜଣେ ଅଧିକାରୀ କହିଛନ୍ତି ଯେ, ମହାକାଶଯାନ ଚନ୍ଦ୍ରରେ ଅବତରଣ କରି ପୃଥିବୀ ସହ ଯୋଗାଯୋଗ କରିଛି। କିନ୍ତୁ, ଏହା ଏହାର ସୌର ପ୍ୟାନେଲ ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନ ହେଉ ନାହିଁ । ଗଣମାଧ୍ୟମକୁ ସମ୍ବୋଧିତ କରି ଜାକ୍ସା ସଭାପତି ହିତୋଶୀ କୁନିନାକା କହିଛନ୍ତି ଯେ ନିର୍ଦ୍ଦେଶଗୁଡିକ ସଠିକ୍ ଭାବରେ ଗ୍ରହଣ କରାଯାଉଛି ଏବଂ ଏହା ପ୍ରତିକ୍ରିୟା କରୁଛି। ଯେହେତୁ ସୌର କୋଷ ବିଦ୍ୟୁତ୍ ଉତ୍ପାଦନ କରୁନାହିଁ, ତେଣୁ କମ୍ ବ୍ୟାଟେରୀ ମୋଡ୍ ରେ ଏହା କାମ କରିବ ।
ସେପ୍ଟେମ୍ବର 7 ରେ ଜାପାନର ସ୍ଲିମ୍ ମିଶନ୍ ଆରମ୍ଭ କରାଯାଇଥିଲା । ଖରାପ ପାଗ ହେତୁ ଏହାକୁ ଲଞ୍ଚ ପୂର୍ବରୁ ତିନିଥର ସ୍ଥଗିତ ରଖିବାକୁ ପଡିଥିଲା । ପ୍ରଥମ ପ୍ରୟାସରେ ଅବତରଣ କରିବାରେ ସଫଳ ହୋଇଛି ଜାପାନ । ସ୍ଥାନୀୟ ସମୟ 12.20 ମିନିଟରେ ସ୍କାର୍ଟ ଲ୍ୟାଣ୍ତର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା । ଜାପାନର ଏହି ଅଭିଯାନକୁ ମୁନ୍ ସ୍ନାଇପର ବୋଲି କୁହାଯାଉଛି ।
6 ସେପ୍ଚେମ୍ବର 2023ରେ ସ୍କାର୍ଟ ଲ୍ୟାଣ୍ତର ଫର ଇନଭେଷ୍ଟିଗେସନ୍ ମିଶନ୍ ଲଞ୍ଚ ହୋଇଥିଲା । ଡିସେମ୍ବର 25ରେ ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିଲା । ଗତବର୍ଷ ମଧ୍ୟ ଜାପାନ ଚନ୍ଦ୍ରକୁ ଏକ ଲ୍ୟାଣ୍ତର ପଠାଯାଇଥିଲା ।












Click it and Unblock the Notifications