ଜାପାନର ବଡ଼ ଭୂକମ୍ପ ଭୟ: ଜାରି ହେଲା ଚେତାବନୀ, ୧୧ କୋଟି ଲୋକଙ୍କ ଜୀବନ ବିପଦରେ !
Japan Megaquake Advisory: ଗତ କିଛି ଦିନ ହେବ ଜାପାରେ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଗତ ଗୁରୁବାର ଦିନ 7.1 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ପରେ ପ୍ରଥମ ଥର ଦେଶରେ ମହାଭୂକମ୍ପ ଆଡଭାଇଜରୀ ଜାରି କରାଯାଇଛି । ଯାହା ପରେ ସମଗ୍ର ଜାପାନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଦେଶର ପାଣିପାଗ ବିଭାଗ ପ୍ରଥମ ଥର ପାଇଁ ଏକ 'Megaquake' ଜାରି କରିଛି । ହେଲେ ଏପର୍ଯ୍ୟନ୍ତ ଭୂକମ୍ପ ହୋଇନାହିଁ । ହେଲେ ଏହି ଚେତାବନୀ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି ।
ଚେତାବନୀରେ କୁହାଯାଇଛି ଯେ, ଜାପାନର ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ଉପକୂଳରେ ଶକ୍ତିଶାଳୀ ଭୂକମ୍ପ ଏବଂ ବଡ଼ ସୁନାମି ହେବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ତେବେ ଏକ ବଡ଼ ଭୂକମ୍ପ ହେବାର ସମ୍ଭାବନା ବହୁତ ଅଧିକ ରହିଛି । ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ସମୟ ମଧ୍ୟରେ ଆରମ୍ଭ ହୋଇଥିବା ଭୂକମ୍ପର ତୀବ୍ରତା ୮ ରୁ ଅଧିକ ରହିବ ଏବଂ ଅନେକ ଜୀବନ ଏବଂ ସମ୍ପତ୍ତି ନଷ୍ଟ ହୋଇପାରେ ।

ଗତ ବର୍ଷ ତୁର୍କୀ ଏବଂ ସିରିଆ ସୀମାରେ ୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଯୋଗୁଁ ୫୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା, ତେଣୁ ୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପର ପ୍ରଭାବ ଖୁବ୍ ଅଧିକ ରହିବ ବୋଲି ଚେତାବନୀ ଜାରି କରାଯାଇଛି । ଏହି ଖବର ପ୍ରସାର ହେବା ପରେ ଜାପାନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।












Click it and Unblock the Notifications