Earthquake In Japan: ଜାପାନରେ ୨ଟି ଭୂକମ୍ପ ଅନୁଭୂତ, ସୁନାମି ଆଲର୍ଟ
Earthquake In Japan: ଜାପାନରେ ଗୋଟିଏ ପରେ ଗୋଟିଏ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଇଜୁ ଦ୍ୱୀପରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସେକ୍ସେଲରେ ୬.୬ ରେକର୍ଡ କରାଯାଇଥିଲା । ଏହା ପରେ ଜାପାନର ପାଣିପାଗ ବିଭାଗ ସୁନାମି ସମ୍ପର୍କରେ ଚେତାବନୀ ଦେଇଛି । ଇଜୁ ଶୃଙ୍ଖଳାର ଦ୍ୱୀପପୁଞ୍ଜରେ ୧ ମିଟର ଉଚ୍ଚତା ବିଶିଷ୍ଟ ଜୁଆର ଉଠିବାର ସମ୍ଭାବନା ରହିଛି ।

ଜାପାନର ସମୟ ଅନୁସାରେ ସକାଳ ୧୧ଟା ସମୟରେ ଇଜୁ ଦ୍ୱୀପ ଶୃଙ୍ଖଳର ଟୋରିସିମା ନିକଟରେ ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ହୋଇଥିଲା। ସେହିପରି ୪୫ ମିନିଟ୍ ପରେ, ଇଜୁ ଦ୍ୱୀପରେ ଆଉ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୪୦ ରେକର୍ଡ କରାଯାଇଥିବା ନେଇ ସୂଚନା ରହିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ଏବଂ ନଦୀ ପାଖରେ ଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications