ଜମାଇକାରେ ମେଲିସା କଲା ତାଣ୍ଡବ, ୩ଶହରୁ ଅଧିକ ବୋହିଲା ପବନ
ପ୍ରକୃତିର ବିଭୀଷିକାକୁ ଭୟ ନ କରି ଆମେରିକା ବାୟୁସେନାର ଜଣେ କର୍ମଚାରୀ ଭୟଙ୍କର କାଟାଗୋରି-୫ର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା 'ମେଲିସା'ର ଆଖି (କେନ୍ଦ୍ରସ୍ଥଳ) ଆଡ଼କୁ ସାହସିକ ଯାତ୍ରା କରିଥିଲେ। ଏହାର ଲୋମହର୍ଷଣକାରୀ ଫୁଟେଜ୍ ଝଡ଼ର 'ଷ୍ଟାଡିୟମ୍ ଇଫେକ୍ଟ'କୁ କଏଦ କରିଥିଲା। 'ହରିକେନ୍ ହଣ୍ଟର୍ସ' ଭାବରେ ଜଣାଶୁଣା କ୍ରୁ ଜଣକ ମଙ୍ଗଳବାର ଜାମାଇକାରେ ସ୍ଥଳଭାଗ ଛୁଇଁବାକୁ ଥିବା ଝଡ଼ର ଆଖିରେ ଉଡ଼ିଥିଲେ, ଯାହା ୧୮୫୧ ମସିହାରେ ରେକର୍ଡ ରଖିବା ଆରମ୍ଭ ହେବା ପରଠାରୁ ଦ୍ୱୀପକୁ ଧକ୍କା ଦେଇଥିବା ସବୁଠାରୁ ଶକ୍ତିଶାଳୀ ଝଡ଼ ଥିଲା।
ଆଣ୍ଟଲାଟିକ ଇତିହାସରେ ସବୁଠୁ ଶକ୍ତିଶାଳୀ ମହାବାତ୍ୟା ମେଲିସା ବୋଲି କୁହାଯାଉଛି । ୧୮୫୧ ମସିହାଠାରୁ ଏମିତିକା ବାତ୍ୟା କେବେ ହୋଇନଥିଲା । ଗତକାଲି ବାତ୍ୟା ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ୩ଶହରୁ ଅଧିକ ରହିଥିଲା । ପ୍ରକୃତିର ତାଣ୍ଡବଲୀଳାରେ ଛାରକାର ହୋଇଯାଇଛି ବିଭିନ୍ନ ଅଞ୍ଚଳ । ବଡ ବଡ କୋଠା ଓ ଗଛକୁ ପବନ ଉଡାଇ ନେଇଛି । ଗାଁ ଗଣ୍ଡାଠାରୁ ଆରମ୍ଭ କରି ସହର ଯାଏଁ ସବୁ ଏବେ ଧ୍ୱଂସ ଦ୍ୱୀପରେ ପରିଣତ ହୋଇଛି । କେଉଁଠି ସହର ପାଣିରେ ବୁଡି ରହିଛି ତ ଆଉ କେଉଁଠି ଧସି ଯାଇଛି ପାହାଡ ।

ଲ୍ୟାଣ୍ଡଫଲ ବେଳେ ସମୁଦ୍ରରୁ ପ୍ରାୟ ୧୦ ଫୁଟ ପର୍ଯ୍ୟନ୍ତ ଜୁଆର ଉଠିଥିଲା । ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଣ୍ଟଲାଣ୍ଟିକ ମହାସାଗରରେ ଏଭଳି ବାତ୍ୟା କେବେ ହୋଇନଥିଲା ବୋଲି କୁହାଯାଇଛି । ମେଲିସାର ତାଣ୍ଡବ ଦେଖିବା ପରେ ଏହାକୁ କ୍ୟାଟାଗୋରୀ ୫ରେ ରଖାଯାଇଛି ।
୧୯୯୯ ମହାବାତ୍ୟାଠାରୁ ବି ଅଧିକ କ୍ଷତି ହୋଇଛି । ଆମେରିକା ବାୟୁସେନାର ହରିକେନ ହଣ୍ଟର ଟିମ ଏକ୍ସ ସି-୧୩୦ ହର୍କୁଲେସ ବିମାନକୁ ନେଇ ମହାବାତ୍ୟାର ଆଖି ଭିତରେ ପଶି ତାହାର ଫଟୋ ଓ ଭିଡିଓ ରେକର୍ଡ କରିଛି । ମହାବାତ୍ୟାର ଆଖି ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବର୍ତ୍ତମାନସୁଦ୍ଧା ମୃତାହତଙ୍କ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ୨ ଦିନ ଯାଏଁ ଜାମାଇକାରେ ଆଲର୍ଟ ଜାରି ହୋଇଛି ।
ପ୍ରଶାସନ ଏବେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚଳାଇଛି । ସୂଚନା ଅନୁସାରେ ୨୦୨୫ର ସବୁଠାରୁ ଶକ୍ତିଶାଳୀ ବାତ୍ୟା ମେଲିସା ପ୍ରଥମେ କ୍ୟୁବା ଅଭିମୁଖେ ଯାଉଥିଲା । ହେଲେ ଏହାପରେ ଦିଗ ବଦଳାଇ ବାହାମା ଆଡକୁ ଗତି କରିଥିଲା । ବାତ୍ୟା ଆସିବା ବେଳେ ୧୦ ଫୁଟରୁ ଅଧିକ ଜୁଆର ହୋଇଥିଲା । ତେବେ ବାତ୍ୟା ପରେ ସେଠାକାର ସ୍ଥିତି ସଙ୍ଗୀନ ରହିଛି । ଲୋକେ ଜୀବନ ବିକଳରେ ଏଣେତେଣେ ଧାଇଁବାକୁ ଚେଷ୍ଟା କରୁଛନ୍ତି । ବାତ୍ୟାର ରୂପ ଅଧିକ ଭୟଙ୍କର ଥିବାରୁ ଲୋକେ ଭୟରେ ରହିଛନ୍ତି ।












Click it and Unblock the Notifications