ଜାମା ମସଜିଦ ସର୍ଭେ ହିଂସା ମାମଲା ; ସମାଜବାଦୀ ପାର୍ଟି ସାଂସଦ ଓ ବିଧାୟକଙ୍କ ନାଁରେ ମାମଲା ରୁଜୁ

ଜାମା ମସଜିଦ ସର୍ଭେକୁ ନେଇ ହିଂସା । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଛି। ଉତ୍ତେଜନା ପରେ ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ବ୍ୟତୀତ ଉକ୍ତ ଅଞ୍ଚଳର ବିଦ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ ରହିଛି। ବର୍ତ୍ତମାନ ପୋଲିସ ସମ୍ବଲ ପୋଲିସ ଷ୍ଟେସନରେ ସମ୍ପୁର୍ଣ୍ଣ ମାମଲା ସମ୍ପର୍କରେ ଏକ ଏଫଆଇଆର ପଞ୍ଜିକରଣ କରିଛି। ଏଫଆଇଆରରେ ଏସପି ସାଂସଦ ଜିଆ ଉର ରେହମାନ ଏବଂ ବିଧାୟକ ଇକବାଲ ମହମୁଦଙ୍କ ପୁଅ ସୁହେଲ ଇକବାଲଙ୍କ ବିରୋଧରେ ଷଡଯନ୍ତ୍ର ମାମଲା ରୁଜୁ ହୋଇଛି।

Jama Masjid

ସମ୍ଭଲରେ ହୋଇଥିବା ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧା ୭ଟି ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଏହି ସମସ୍ତ FIRରେ ୨୫୦୦ରୁ ଅଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମ୍ଭଲ ଏସପି କୃଷ୍ଣ କୁମାର ବିଷ୍ଣୁ କହିଛନ୍ତି, 'ଗତକାଲି ଆହତ ହୋଇଥିବା ସବ୍-ଇନ୍ସପେକ୍ଟର ଦୀପକ ରାଠୀ ୮୦୦ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଜିୟା ଉର ରେହମାନ ବର୍କ ଏବଂ ସୋହେଲ ଇକବାଲଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏମାନେ ହିଂସାକୁ ଉସ୍‌କାଇଥିବା ଅଭିଯୋଗ ରହିଛି।

ପୂର୍ବରୁ ମଧ୍ୟ ବର୍କଙ୍କୁ ନୋଟିସ ଦିଆଯାଇଥିଲା, ଏହା ସତ୍ତ୍ୱେ ସେ ଲୋକମାନଙ୍କୁ ଉସ୍‌କାଇଥିଲେ, ଯେଉଁଥିପାଇଁ ଲୋକମାନେ ଏହି ଘଟଣା ଘଟାଇଥିଲେ। ବର୍କଙ୍କୁ ଗିରଫ କରାଯିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ଭଲ ଏସ୍‌ପି କହିଛନ୍ତି।

କହିରଖୁ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ରବିବାର ସକାଳେ ଜାମା ମସଜିଦର ସର୍ଭେ କରାଯାଇଥିଲା। ତେବେ ସର୍ଭେ ଟିମ୍‌ ସେଠାରେ ପହଞ୍ଚିବା ପରେ ଲୋକେ ବିରୋଧ କରି ଭିଡ ଜମାଇଥିଲେ। ଏଥିସହ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଏହା ପରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ଏହାପରେ ହିଂସା ଉଗ୍ର ରୂପେ ନେଇଥିଲା। ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧ ଜଣ ଆହତ ହୋଇଥିବା କୁହାଯାଉଛି। ସେହିପରି ୨୪ ଜଣଙ୍କ ପୁଲିସ ଅଟକ ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+