ଇରାନ-ଇସ୍ରାଏଲ ବିବାଦରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ......

ଶୁକ୍ରବାର ଠାରୁ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଜାରି ରହିଛି, ଆଜି ଇସ୍ରାଏଲ ମଧ୍ୟ ଏକ ଏୟାର ଷ୍ଟ୍ରାଇକ କରିଥିଲା। ଏଥର ମଧ୍ୟ ଇସ୍ରାଏଲ ପରମାଣୁ ଆଡା ଟାର୍ଗେଟ କରିଥିଲା। ଇସ୍ରାଏଲ ଏହାକୁ ଅପରେସନ ରାଇଜିଂ ଲାୟନ ବୋଲି ନାମ ଦେଇଛି। ଅନ୍ୟପକ୍ଷରେ, ଇରାନ ମଧ୍ୟ ଏହି ଆକ୍ରମଣର ଜବାବ ଦେଉଛି। ଇରାନ ଇସ୍ରାଏଲ ଉପରେ ଶହ ଶହ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ଉପରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଦ୍ୱିପାକ୍ଷିକ ପ୍ରସଙ୍ଗରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅବାସ୍ତବ। ଯଦି ଦୁଇଟି ଦେଶ କୌଣସି ପ୍ରସଙ୍ଗରେ ହସ୍ତକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ତୃତୀୟ ପକ୍ଷଏଥିରେ ନିଜକୁ ସାମିଲ କରିବା କିମ୍ବା କିଛି କରିବାକୁ ପ୍ରସ୍ତାବ ଦେବା ଭୁଲ।ଏସ ଜୟଶଙ୍କର କହିଛନ୍ତି ଭାରତ କ'ଣ କରିପାରିବ ? ଇସ୍ରାଏଲ ଓ ଇରାନ ସହ ଆମ ଦେଶର ଭଲ ସମ୍ପର୍କ ଅଛି । ଶାନ୍ତି ପାଇଁ ଉଭୟ ଦେଶ ଚାହିଁବା ଦରକାର । ତୃତୀୟ ଲୋକର ହସ୍ତକ୍ଷପରେ କିଛି ହେବନି । ଭାରତର ହସ୍ତକ୍ଷପ ଭିତ୍ତିହୀନ ।

Jaishankar

ସେ ଆହୁରି ମଧ୍ୟ କହିଛନ୍ତି ଯଦି ସେମାନେ ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି ତେବେ କୌଣସି ବାହାର ଲୋକ ନିଜକୁ ଏଥିରେ ସାମିଲ କରିବା କିମ୍ବା କିଛି କରିବାକୁ ପ୍ରସ୍ତାବ ଦେବା ଅତ୍ୟନ୍ତ ଅବାସ୍ତବ । ଇସ୍ରାଏଲକୁ ଖୋଲାଖୋଲି ସମର୍ଥନ କରୁଛି ଆମେରିକା। ଇରାନ ଉପରେ ହୋଇଥିବା ଆକ୍ରମଣ ପୂର୍ବରୁ ମଧ୍ୟ ଆମେରିକୀୟ ରାଷ୍ଟ୍ରପତି ଆକ୍ରମଣର ଆଶଙ୍କା ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ଜୟଶଙ୍କର ଭାରତ ଓ ପାକିସ୍ତାନ ସଂଘର୍ଷ ଉପରେ ମଧ୍ୟ ଟ୍ରମ୍ପଙ୍କୁ ଘେରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+