ଜେଲରେ ଥାଇ ଏହି ନିର୍ବାଚନ ଲଢ଼ିବେ ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚାନ୍ସଲର ନିର୍ବାଚନ ଲଢ଼ିବେ ଇମ୍ରାନ୍ । ଚାନ୍ସେଲର ନିର୍ବାଚନ ଲଢ଼ିବେ ଇମ୍ରାନ୍ ଖାନ୍ । ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏକଦା ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠ ପଢ଼ୁଥିଲେ। ଇମ୍ରାନ୍ ଏବେ ଏହି ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟର ଚାନ୍େସଲର ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଅନ୍‌ଲାଇନ୍ ବାଲଟ୍ ଜରିଆରେ ଏହି ନିର୍ବାଚନ ହେବ ବୋଲି ତାଙ୍କର ଜଣେ ସହଯୋଗୀ ସୂଚନା ଦେଇଛନ୍ତି । ସୁଚନାନୁସାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲରୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଚାନ୍ସଲର ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।

୧୦ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା ଇମ୍ରାନ ଜେଲରୁ ଅନଲାଇନ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେ । ତେବେ ଇମ୍ରାନ ନିର୍ବାଚନ ଲଢିବା ନିଷ୍ପତ୍ତି ମାତ୍ର ୪୮ ଘଣ୍ଟା ଭିତରେ ନେଇଛନ୍ତି । ଏହି ପଦବୀରେ ନିର୍ବାଚନ ରେସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନୀ ବ୍ଲେୟାର ଏବଂ ବୋରିସ ଜନସନ ମଧ୍ୟ ରହିଛନ୍ତି । ଇମ୍ରାନ ଖାନ ୧୯୭୨ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ର ଏବଂ ରାଜନୀତି ବିଜ୍ଞାନ ପଢିଛନ୍ତି ।

imran khan

ଏହାଛଡା ନିଜର ପ୍ରଥମ ଟେଷ୍ଟ ଡେବ୍ଲ୍ୟୁ ମ୍ୟାଚ ୧୯୭୧ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କ୍ରିକେଟ ଟିମରୁ କରିଥିଲେ । ଏହାଛଡା ୨୦୦୫ ଏବଂ ୨୦୧୪ ପର୍ଯ୍ୟନ୍ତ ବ୍ରାଡଫୋର୍ଡ ୟୁନିଭରସିଟିର କୁଳପତି ଥିଲେ । ସେ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍ (ପିଟିଆଇ) ପ୍ରତିଷ୍ଠାତା ଇମ୍ରାନ୍ ଖାନ୍ ୨୦୧୮ ଅଗଷ୍ଟରୁ ୨୦୨୨ ଏପ୍ରିଲ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ । ସେ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ ଜେଲଦଣ୍ଡ ଭୋଗୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+