ଜାଫର ଏକ୍ସପ୍ରେସ ଟ୍ରେନକୁ ଟାର୍ଗେଟ, ଅଳ୍ପକେ ଟଳିଲା ବିପଦ

ପାକିସ୍ତାନର ବେଲୁଚିସ୍ତାନରୁ ଏକ ଖବର ସାମ୍ନାକୁ ଆସିଛି । ଜାଫର ଏକ୍ସପ୍ରେସ ଟ୍ରେନକୁ ଟାର୍ଗେଟ କରାଯାଇଛି । ରବିବାର ଦିନ ଜାଫର ଏକ୍ସପ୍ରେସ ଟ୍ରେନରେ ବୋମା ବିସ୍ଫୋରଣ ଉଦ୍ୟମ ହୋଇଥିବା ଏକ ଘଟଣା ଅଳ୍ପକେ ବର୍ତ୍ତି ଯାଇଛି ବୋଲି ପୋଲିସ ଏବଂ ରେଳବାଇ ଅଧିକାରୀମାନେ କହିଛନ୍ତି ।

Jaffer Expres

ସୂଚନାନୁଯାୟୀ, ବେଲୁଚିସ୍ତାନର ନାସିରାବାଦ ଜିଲ୍ଲାରେ ଏକ ରେଳ ଟ୍ରାକ ଉପରେ ଏକ ଟ୍ରେନ୍ ଅତିକ୍ରମ କରିବା ସମୟରେ ବିସ୍ଫୋରଣ ଘଟିଥିଲା । ବହୁ ଧନ ଜୀବନ ହାନି ହେବାର ସମ୍ଭାବନା ଥିଲା । କିନ୍ତୁ ଅଳ୍ପକେ ବିପଦ ଟଳିଯାଇଥିଲା । ଆକ୍ରମଣକାରୀମାନେ ସହିଦ ଅବଦୁଲ ଅଜିଜ୍ ବୁଲୋ ଅଞ୍ଚଳରେ ରେଳ ଟ୍ରାକ ଉପରେ ବୋମା ରଖିଥିଲେ ବୋଲି ଅଧିକାରୀମାନେ କହିଛନ୍ତି ।

କେବଳ ଟ୍ରେନକୁ ଉଡ଼ାଇ ଦେବାକୁ ଚେଷ୍ଟା କରାଯାଇନଥିଲା, ବରଂ ଦୂରରୁ ଏହା ଉପରେ ଚାରୋଟି ରକେଟ ମଧ୍ୟ ମାଡ଼ କରାଯାଇଥିଲା । ସୌଭାଗ୍ୟବଶତଃ, ରକେଟଗୁଡ଼ିକ ଟ୍ରେନ ପାଖ ଦେଇ ଚାଲିଯାଇଥିଲା । ଫଳରେ ଟ୍ରେନ କିମ୍ବା ଏହାର ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନଥିଲା । ରେଳ ଟ୍ରାକର ଗୋଟିଏ ଅଂଶ ଉଡ଼ିଯାଇଥିଲା । ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିକଟସ୍ଥ ରେଳ ସେବା ବନ୍ଦ ହୋଇଯାଇଥିଲା । ଏହି ଆକ୍ରମଣ ପାଇଁ ବାଲୁଚ୍ ରିପବ୍ଲିକାନ୍ ଗାଡର୍ସକୁ ଦାୟୀ କରାଯାଇଛି । ବର୍ତ୍ତମାନ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ।

ଆପଣଙ୍କୁ ଜଣାଇ ରଖୁଛୁ ଯେ, ଏହା ପ୍ରଥମ ଥର ପାଇଁ ନୁହେଁ ପୂର୍ବରୁ ମଧ୍ୟ ଟ୍ରେନକୁ ଟାର୍ଗେଟ୍ କରାଯାଇଥିଲା । ବେଲୁଚିସ୍ତାନ ଲିବରେସନ ଆର୍ମିର ଆତଙ୍କବାଦୀମାନେ ୪୪୦ ଜଣ ଯାତ୍ରୀଙ୍କୁ ନେଇ ପେଶାୱର ଯାଉଥିବା ଏକ ଟ୍ରେନ ଉପରେ ଆକ୍ରମଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+