'ମୋ ପାଇଁ ଅତି ସହଜ ପାକ୍-ଆଫ୍‌ଗାନିସ୍ତାନ ଯୁଦ୍ଧ ବନ୍ଦ କରିବା'

ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବେ ଡୋନାଲ୍ଡ ଟ୍ରମ୍ପ । ଏହାର ସମାଧାନ କରିବା ମୋ ପାଇଁ ବହୁତ ସହଜ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଯୁଦ୍ଧ ବନ୍ଦ କରିବା ସହ ନବମ ଯୁଦ୍ଧ ବନ୍ଦ କରିବା ନେଇ କହିଛନ୍ତି ଟ୍ରମ୍ପ । ଏହାସହିତ ଟ୍ରମ୍ପ କହିଛନ୍ତି ମୁଁ ଆମେରିକାକୁ ଏକ ମହାଶକ୍ତି କରିବାକୁ ଚାହୁଁଛି, ସାରା ବିଶ୍ୱରେ ଚାଲିଥିବା ଯୁଦ୍ଧକୁ ମଧ୍ୟ ବନ୍ଦ କରିବାକୁ ଚାହୁଁଛି । ଟ୍ରମ୍ପ କହିଛନ୍ତି ଯେ ମୁଁ ଲୋକଙ୍କୁ ହତ୍ୟା କରିବାରେ ପସନ୍ଦ କରେନାହିଁ । ଯେକୌଣସି ଯୁଦ୍ଧ ହେଉ ମୁଁ ଏହାକୁ ରୋକିବାକୁ ପ୍ରୟାସ କରିଥାଏ । ଆଜି ଏଭଳି କିଛି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

trump

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ଯେ ମୁଁ ୮ଟି ଯୁଦ୍ଧ ସମାଧାନ କରିଛି । ଯାହା ନୀରିହ ଲୋକଙ୍କୁ ହତ୍ୟା କରୁଥିଲେ । ମୁଁ ନୋବେଲ ପାଇଁ କରୁନାହିଁ, କିନ୍ତୁ ଯେଉଁମାନେ ମୋ ପାଇଁ କହୁଛନ୍ତି ସେମାନେ ମହାନ । ମୁଁ କେବଳ ଖୁସି ଯେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିଯାଇଛି । ଆଜି ପର୍ଯ୍ୟନ୍ତ ଏପରି କୌଣସି ଆମେରିକା ରାଷ୍ଟ୍ରପତି ନାହାଁନ୍ତି ଯିଏ କି ଗୋଟିଏ ବି ଯୁଦ୍ଧ ବନ୍ଦ କିମ୍ବା ସମାଧାନ କରିଥିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+