ଇସ୍ରାଇଲ ଆକ୍ରମଣକୁ ନେଇ ଖାମେନିଙ୍କ ପ୍ରତିକ୍ରିୟା , କହିଲେ ଛୋଟ ଆକ୍ରମଣକୁ ବଡ଼ କରି ଦେଖାଅନି
ତେହରାନ: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଉଛି। ବର୍ତ୍ତମାନ ବିଶ୍ୱ ଇରାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏସବୁ ମଧ୍ୟରେ ଶନିବାର ହୋଇଥିବା ଆକ୍ରମଣରେ ଇସ୍ରାଏଲ ଇରାନର ଅଣ୍ଟାକୁ ଭାଙ୍ଗି ଦେଇଛି। ଜେରୁଜେଲମ ପୋଷ୍ଟ ଅନୁଯାୟୀ ଇସ୍ରାଏଲ ସେନା(ଆଇଡିଏଫ୍) ଏକ ଡଜନ ଠିକଣା ସ୍ଥାନକୁ ଟାର୍ଗେଟ କରିଛି।
ଜାଣିଶୁଣି ଇସ୍ରାଏଲ ସେନା(ଆଇଡିଏଫ୍) ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପାଇଁ କଠିନ ଇନ୍ଧନ ଉତ୍ପାଦିତ ହେଉଥିବା ସାଇଟ୍ ଉପରେ ଆକ୍ରମଣ କରିଥିଲା। ଏହି କାରଣରୁ ଇରାନ ଅନେକେ କ୍ଷତି ସହିଛି। ଏହି ଆକ୍ରମଣର ଦିନକ ପରେ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲ୍ଲୀ ଖାମେନି ସାମନାକୁ ଆସିଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ ଆକ୍ରମଣକୁ ଅତିରଂଜିତ କରି ବଢେଇ ଚଢେଇ ଦେଖାଯିବା କିମ୍ବା କମ୍ ଆକଳନ କରାଯିବା ଉଚିତ ନୁହେଁ । ତେବେ ଇସ୍ରାଏଲ ସରକାରଙ୍କ ଭୁଲ ବୁଝାମଣା ଦୂର ହେବା ଦରକାର ବୋଲି ସେ କହିଛନ୍ତି।

ଇସ୍ରାଏଲର ଆକ୍ରମଣର ଜବାବ ଦେବାର ଅଧିକାର ଇରାନର ଅଛି । ଇରାନ ରାଷ୍ଟ୍ର ଏବଂ ଏହାର ଯୁବଗୋଷ୍ଠୀଙ୍କ ଶକ୍ତି, ଇଚ୍ଛାଶକ୍ତିକୁ ଇସ୍ରାଏଲକୁ ବୁଝାଇଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି । ଇସ୍ରାଏଲର ଆକ୍ରମଣର ଜବାବ ଦେବାର ଅଧିକାର ଇରାନର ଅଛି । ଇରାନ ରାଷ୍ଟ୍ର ଏବଂ ଏହାର ଯୁବଗୋଷ୍ଠୀଙ୍କ ଶକ୍ତି, ଇଚ୍ଛାଶକ୍ତିକୁ ଇସ୍ରାଏଲକୁ ବୁଝାଇଦିଆଯିବା ଉଚିତ୍ ବୋଲି ଆୟୋତୋଲ୍ଲା ଅଲ୍ଲୀ ଖାମେନି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇରାନର ଜନସାଧାରଣଙ୍କ କ୍ଷମତା ଓ ଇଚ୍ଛାକୁ ଇସ୍ରାଏଲ ଶାସନ ପର୍ଯ୍ୟନ୍ତ କିପରି ପହଞ୍ଚାଇଦିଆଯିବ ଓ ଦେଶର ସ୍ବାର୍ଥ କିପରି ରକ୍ଷା କରାଯିବ ତାହା କର୍ତ୍ତୃପକ୍ଷଙ୍କ ଉପରେ ନିର୍ଭର କରେ ।












Click it and Unblock the Notifications