ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୧୨ ପାଲେଷ୍ଟାଇନ ମୃତ
ଗାଜା: ଗାଜା ଷ୍ଟ୍ରିପରେ ଇସ୍ରାଏଲ ପୁଣି ଥରେ ଏକ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୨ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଅଛନ୍ତି। ଇସ୍ରାଏଲ୍ ସେନା ଉତ୍ତର ଗାଜାର ଜବାଲିଆ, କେନ୍ଦ୍ରୀୟ ଘାଜାର ବୁରେଜ ଶରଣାର୍ଥୀ ଶିବିର ଏବଂ ଦକ୍ଷିଣ ଗାଜାର ଖାନ ୟୁନିସରେ ଆକ୍ରମଣ କରିଥିଲା। ଗତ ୧୫ ମାସ ଧରି ଗାଜାରେ ଏଭଳି ଆକ୍ରମଣ କ୍ରମାଗତ ଭାବରେ ଜାରି ରହିଛି।
ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଜବାଲିଆରେ ହୋଇଥିବା ଆକ୍ରମଣରେ ଜଣେ ମହିଳା ଏବଂ ଚାରି ଜଣ ଶିଶୁଙ୍କ ସମେତ ୭ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଜବାଲିଆ ହେଉଛି ଉତ୍ତର ଗାଜାର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ, ଯେଉଁଠାରେ ଅକ୍ଟୋବରରୁ ଇସ୍ରାଏଲ୍ ବ୍ୟାପକ ଆକ୍ରମଣ କରିଛି। ଏଥିସହ ବୁରାଜ ଶରଣାର୍ଥୀ ଶିବିରରେ ହୋଇଥିବା ଅନ୍ୟ ଏକ ଆକ୍ରମଣରେ ଜଣେ ମହିଳା ଏବଂ ଶିଶୁଙ୍କର ମୃତ୍ୟୁ ଘଟିଛି।
ଗାଜାର ଦକ୍ଷିଣ ସହର ଖାନ ୟୁନିସରେ ହୋଇଥିବା ତୃତୀୟ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ନାସିର ହସ୍ପିଟାଲ ଏବଂ ୟୁରୋପୀୟ ହସ୍ପିଟାଲ ଏହି ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି। ଇସ୍ରାଏଲ୍ ସେନା କହିଛି ଯେ, ସେମାନେ ହମାସ ସଦସ୍ୟଙ୍କୁ ଟାର୍ଗେଟ କରିଛନ୍ତି। ସେନା ଦାବି କରିଛି, ଏହି ଆକ୍ରମଣର ଉତ୍ତରରେ ବୁରେଜ ଅଞ୍ଚଳରୁ ଇସ୍ରାଏଲ ଉପରେ ରକେଟ ମାଡ଼ କରାଯାଇଥିଲା।

ସେନା ଏହା ମଧ୍ୟ କହିଛି ଯେ ସେମାନେ କେବଳ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଛନ୍ତି ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ହମାସକୁ ଦାୟୀ କରିଛନ୍ତି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ଚେତାବନୀ ଦେଇଛନ୍ତି, ଯଦି ହମାସ ବନ୍ଧକମାନଙ୍କୁ ମୁକ୍ତ ନ କରେ ଏବଂ ଆକ୍ରମଣ ଜାରି ରଖେ, ତେବେ ସେମାନଙ୍କ ଉପରେ ଗାଜାରେ ସବୁଠାରୁ ଭୟଙ୍କର ଧରଣର ଆକ୍ରମଣ କରାଯିବ।












Click it and Unblock the Notifications