ଗାଜା ଉପରେ ଇସ୍ରାଏଲ ଘନଘନ ଆକ୍ରମଣ, ୬୦ ମୃତ
ଇସ୍ରାଏଲ ପକ୍ଷରୁ ଗାଜା ପଟ୍ଟିରେ ଲଗାତାର ଭାବରେ ବିମାନ ଆକ୍ରମଣ ଜାରି ରହିଛି । ପାଲେଷ୍ଟାଇନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ ସାରାରାତି ଏବଂ ମଙ୍ଗଳବାର ପର୍ଯ୍ୟନ୍ତ ଗାଜାପଟ୍ଟିରେ ଇସ୍ରାଏଲୀ ଆକ୍ରମଣରେ ଅତି କମରେ ୬୦ ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ଗତ କିଛି ଦିନ ମଧ୍ୟରେ ଏହି ଅଞ୍ଚଳରେ ଆଉ ଏକ ବଡ଼ ଆକ୍ରମଣ କରିଛି। ଇସ୍ରାଏଲ କହିଛି ଯେ,ଏହାର ଲକ୍ଷ୍ୟ ହେଉଛି ହମାସ ଦ୍ୱାରା ବନ୍ଧକ ରଖାଯାଇଥିବା ଲୋକ ମାନଙ୍କୁ ଉଦ୍ଧାର କରିବା ଏବଂ ଆତଙ୍କବାଦୀ ଗୋଷ୍ଠୀକୁ ଧ୍ୱଂସ କରିବା।
ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ ସମୟରେ ୨ଟି ବାସଗୃହ ଉପରେ ବୋମା ମାଡ଼ କରାଯାଇଛି। ଯେଉଁଥିରେ ଶିଶୁ ଓ ମହିଳାଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ଏକ ସ୍କୁଲ ଉପରେ ବୋମା ବର୍ଷଣ କରାଯାଇଛି। ଏଠାରେ ବିସ୍ଥାପିତମାନେ ଆଶ୍ରୟ ନେଉଥିଲେ। ଏଠାରେ ପ୍ରାୟ ୩୭ ଜଣଙ୍କ ମୃତ୍ୟୁ ଘଟିଛି। ଗତ ସୋମବାର ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଗାଜାର ଖାନ ୟୁନିସ ସହର ଖାଲି କରିବାକୁ ସତର୍କ କରାଯାଇଥିଲା।

ଇସ୍ରାଏଲ ପକ୍ଷରୁ ଏଠାରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରାଯାଇପାରେ ବୋଲି କୁହାଯାଇଥିଲା।ଇସ୍ରାଏଲୀ ସେନା ପକ୍ଷରୁ ତୁରନ୍ତ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ, ଯାହା କହିଛି ଯେ ଏହା କେବଳ ଆତଙ୍କବାଦୀ ମାନଙ୍କୁ ଟାର୍ଗେଟ କରେ ଏବଂ ସାଧାରଣ ଲୋକଙ୍କ ମୃତ୍ୟୁ ପାଇଁ ହମାସକୁ ଦାୟୀ କରେ କାରଣ ଏହି ଗୋଷ୍ଠୀ ଘନ ଜନବହୁଳ ଅଞ୍ଚଳରେ କାର୍ଯ୍ୟ କରିଥାନ୍ତି।












Click it and Unblock the Notifications