ଯୁଦ୍ଧ ମଧ୍ୟରେ ରତନ ଟାଟାଙ୍କୁ ମନେ ପକାଇଲେ ନେତାନ୍ୟାୟୁ, କହିଲେ ତାଙ୍କୁ ଝୁରୁଛନ୍ତି ଇସ୍ରାଏଲର ଅନେକ ଲୋକେ

ଭାରତର ଭେଟେରାନ ଶିଳ୍ପପତି ରତନ ଟାଟା ୯ ଅକ୍ଟୋବର ୨୦୨୪ରେ ୮୬ବର୍ଷ ବୟସରେ ଇହଲିଲା ସମ୍ବରଣ କରିଛନ୍ତି। ଭାରତ ସମେତ ବିଶ୍ୱର ଭେଟେରାନ ନେତାମାନେ ଏଥିରେ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ସଂପର୍କରେ ଚିଠି ଲେଖି ଜଣାଇଛନ୍ତି ବିଶ୍ବନେତା । ଭାରତର ଗର୍ବିତ ପୁଅ ତଥା ଆମ ୨ ଦେଶ ମଧ୍ୟରେ ବନ୍ଧୁତ୍ବର ଓକିଲାତି କରୁଥିବା ରତନ ଟାଟାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି ନେତାନ୍ୟାହୁ ।

ନେତାନ୍ୟାହୁ ଲେଖିଛନ୍ତି, "ଭାରତର ଗର୍ବିତ ସନ୍ତାନ ତଥା ଦୁଇ ଦେଶ ମଧ୍ୟରେ ବନ୍ଧୁତାର ସମର୍ଥକ ରତନ ନାଭାଲ ଟାଟାଙ୍କ ବିୟୋଗରେ ମୁଁ ଏବଂ ଇସ୍ରାଏଲର ଅନେକ ଲୋକ ଶୋକ ପ୍ରକାଶ କରୁଛନ୍ତି। ରତନଙ୍କ ପରିବାରପ୍ରତି ସମବେଦନା ଜଣାଇବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଭାରତର ଅନ୍ୟତମ ସମ୍ମାନଜନକ ଶିଳ୍ପ ସଂସ୍ଥା ଟାଟାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାରେ ନେତାନ୍ୟାହୁ ବିଶ୍ୱର ଅନେକ ନେତାଙ୍କ ସହ ସାମିଲ ହୋଇଥିଲେ। ଟାଟା ଗ୍ରୁପକୁ ୧୦୦ରୁ ଅଧିକ ଦେଶରେ ବିସ୍ତାର କରିବା ଏବଂ ତାଙ୍କର ଜନହିତକର କାର୍ଯ୍ୟର ଶ୍ରେୟ ତାଙ୍କୁ ଦିଆଯାଏ ।

Netanyahu

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ କହିଛନ୍ତି ଭାରତ-ଫ୍ରାନ୍ସ ମଧ୍ୟରେ ଶିଳ୍ପ ପ୍ରୋତ୍ସାହନରେ ରତନ ଟାଟାଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ବ ସହଯୋଗ କରିଛି । ଫ୍ରାନ୍ସ ଭାରତର ଜଣେ ପ୍ରିୟ ବନ୍ଧୁଙ୍କୁ ହରାଇଛି । ସେହିପରି ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟ୍ଟି ସମବେଦନା ବାର୍ତ୍ତାରେ ଲେଖିଛନ୍ତି ଭାରତ ଓ ବିଶ୍ବ ବଡ ହୃଦୟ ସହ ଏକ ବିଶାଳ ବ୍ୟକ୍ତିତ୍ବକୁ ହରାଇଲୁ । ଯେତେବେଳେ ମୋତେ ରାଷ୍ଟ୍ରଦୂତ ଭାବରେ ମନୋନୀତ କରାଯାଇଥିଲା ଭାରତରୁ ପ୍ରଥମ ଶୁଭେଚ୍ଛା ବାର୍ତ୍ତା ରତନ ଟାଟାଙ୍କ ଠାରୁ ଆସିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+