ହମାସ ସହିତ ଅସ୍ତ୍ର ବିରତି ଚୁକ୍ତିକୁ ଅନୁମୋଦନ କଲା ଇସ୍ରାଏଲ୍ ନିରାପତ୍ତା ପରିଷଦ
ଇସ୍ରାଏଲ୍ ନିରାପତ୍ତା ପରିଷଦ ହମାସ ସହିତ ପଣବନ୍ଦୀ ମୁକ୍ତି ଏବଂ ଅସ୍ତ୍ର ବିରତି ସଂକ୍ରାନ୍ତ ଚୁକ୍ତିକୁ ଅନୁମୋଦନ କରିଛି । ଗାଜା ଇତିହାସରେ ଏକ ଘାତକ ବିବାଦର ପରିସମାପ୍ତି ପାଇଁ ଏହା ଏକ ପ୍ରମୁଖ ପଦକ୍ଷେପ । କତାର, ଆମେରିକା, ଏବଂ ଇଜିପ୍ଟର ମଧ୍ୟସ୍ତତାରେ ହୋଇଥିବା ଏହି ବୁଝାମଣା ଜାରି ରହିଥିବା ହିଂସାକୁ ବନ୍ଦ କରିବ ବୋଲି ଆଶା କରାଯାଉଛି ।

ଗତକାଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ସମସ୍ତ କୂଟନୈତିକ, ସୁରକ୍ଷା ଏବଂ ମାନବିକ ଦିଗ ଗୁଡ଼ିକର ମୂଲ୍ୟାଙ୍କନ ପରେ ସୁରକ୍ଷା କ୍ୟାବିନେଟ୍ ଏହି ନିଷ୍ପରି ନେଇଛି । ଏହି ବୁଝାମଣା ଆସନ୍ତାକାଲିଠାରୁ ଲାଗୁ ହେବ । ଆସନ୍ତା କାଲି ଅପରାହ୍ନ ସୁଦ୍ଧା ପ୍ରଥମ ୩ଜଣ ମହିଳା ପଣବନ୍ଦୀଙ୍କୁ ମୁକ୍ତ କରାଯିବ ବୋଲି ଆଶା କରାଯାଉଛି ।












Click it and Unblock the Notifications