ଗାଜାରେ ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନଟ୍‌ର ମଞ୍ଜୁରୀ, ବନ୍ଧକଙ୍କୁ ମୁକ୍ତ ଯୋଜନାକୁ ଅନୁମୋଦନ

୨ ବର୍ଷର ସଂଘର୍ଷ ପରେ ଗାଜାରେ କାର୍ଯ୍ୟକାରୀ ହେବ ଯୁଦ୍ଧବିରତି। ଇସ୍ରାଏଲ୍ କ୍ୟାବିନେଟ ଗାଜାରେ ଯୁଦ୍ଧବିରତି ଓ ବନ୍ଧକଙ୍କୁ ମୁକ୍ତ ଯୋଜନାକୁ ଅନୁମୋଦନ କରିଛି । ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ୍ କ୍ୟାବିନେଟ୍ ଦ୍ୱାରା ଆନୁଷ୍ଠାନିକ ଭାବରେ ଅନୁମୋଦନ କରାଯାଇଥିବାରୁ, ଏହା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ଇସ୍ରାଏଲ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ ତୁରନ୍ତ ଯୁଦ୍ଧବିରତି କାର୍ଯ୍ୟକାରୀ ହେବ । କ୍ୟାବିନେଟ୍ ଅନୁମୋଦନର ୨୪ ଘଣ୍ଟା ମଧ୍ୟରେ ଏହା ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖପାତ୍ର କହିଛନ୍ତି । ଗାଜାରୁ ଇସ୍ରାଏଲ୍ ସେନା ପ୍ରତ୍ୟାହୃତ ହେବ ।

Israeli cabinet approves Gaza ceasefire deal

ଏହା ଗାଜାର ୫୩ ପ୍ରତିଶତ ଅଞ୍ଚଳକୁ ନିୟନ୍ତ୍ରଣ କରିବ । ଗତ ସପ୍ତାହରେ ହ୍ୱାଇଟ ହାଉସ ଦ୍ୱାରା ଜାରି ହୋଇଥିବା ମାନଚିତ୍ର ଅନୁସାରେ ଏହା କାର୍ଯ୍ୟକାରୀ ହେବ। ୭୨ ଘଣ୍ଟାର ଏକ କାଉଣ୍ଟଡାଉନ୍ ଆରମ୍ଭ ହେବ। ହମାସ ଜୀବିତ ଥିବା ୨୦ ଜଣ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିବ । ପରେ ମୃତ ୨୮ ଜଣ ବନ୍ଧକଙ୍କ ଶରୀର ଫେରାଇବ। ଏହା ପରେ ଇସ୍ରାଏଲ୍ କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପ୍ରାୟ ୨୫୦ ପାଲେଷ୍ଟାଇନ ବନ୍ଦୀ ଓ ଗାଜାରୁ ୧ ହଜାର ୭୦୦ ଅଟକ ବନ୍ଦୀଙ୍କୁ ମୁକ୍ତ କରିବ । ଟ୍ରମ୍ପଙ୍କ ଯୋଜନା ଅନୁସାରେ ଇସ୍ରାଏଲ୍ ପ୍ରତ୍ୟେକ ଇସ୍ରାଏଲୀୟ ବନ୍ଧକଙ୍କ ଅବଶିଷ୍ଟାଂଶ ପାଇଁ ୧୫ ଜଣ ଗାଜାବାସୀଙ୍କ ମୃତଦେହ ଫେରାଇବ । ଯୁଦ୍ଧବିରତି ଅନୁଯାୟୀ ଗାଜାରେ ମାନବିକ ସହାୟତା ପ୍ରବେଶ କରିବ ।

ଉଲ୍ଲେଖଯୋଗ୍ୟ, ୨୦୨୩ ଅକ୍ଟୋବର ୭ରେ ହମାସର ଆକ୍ରମଣରେ ୧,୨୦୦ ଇସ୍ରାଏଲୀ ନାଗରିକ ନିହତ ହୋଇଥିଲେ ଓ ୨୫୦ରୁ ଅଧିକଙ୍କୁ ପଣବନ୍ଦୀ ଭାବେ ନିଆଯାଇଥିଲା। ଇସ୍ରାଏଲର ପ୍ରତିଆକ୍ରମଣରେ ଗାଜାରେ ୬୦,୦୦୦ରୁ ଅଧିକ ପାଲେଷ୍ଟାଇନ ନାଗରିକ ନିହତ ହୋଇଛନ୍ତି। ୨ବର୍ଷ ପରେ ବୁଧବାର କତର, ଇଜିପ୍ଟ ଓ ଆମେରିକାର ମଧ୍ୟସ୍ଥତା ପରେ ଶାନ୍ତି ଚୁକ୍ତି ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ୬ ସପ୍ତାହ ପାଇଁ ଗାଜାରେ ସାମରିକ କାର୍ଯ୍ୟକଳାପ ବନ୍ଦ କରିବ ଓ ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିବ ବୋଲି କୁହାଯାଇଥିଲା। ଏହା ସହ ଗାଜାକୁ ମାନବୀୟ ସାହାଯ୍ୟ ମଧ୍ୟ ଯୋଗାଇ ଦିଆଯିବ ସ୍ପଷ୍ଟ କରାଯାଇଥିଲା। ହମାସ କହିଥିଲା ଯେ, ଏହି ଯୁଦ୍ଧବିରତି ପାଲେଷ୍ଟାଇନବାସୀଙ୍କ ଦୁଃଖ ହ୍ରାସ କରିବ, କିନ୍ତୁ ଇସ୍ରାଏଲର ଏହି ଅଂଚଳ ଉପରେ ଅଧିକାରର ଅନ୍ତ ହେବା ଆବଶ୍ୟକ। ତେବେ ଶାନ୍ତି ଚୁକ୍ତି ହେବା ପରେ ପରେ ୩୦ଜଣଙ୍କ ଜୀବନ ଯିବା ଖବର ଏବେ ଚର୍ଚ୍ଚାରେ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+