ଦୁବାଇ ଉପରେ ଇସ୍ରାଏଲର ଆକ୍ରମଣ, ୩ ମୃତ ଓ ୬୮ ଆହତ
ଦୁବାଇରେ ଆତଙ୍କ, ଆକାଶରୁ ବର୍ଷୁଛି ନିଆଁ । ଦୁବାଇ ଉପରେ ଭୟଙ୍କର ଆକ୍ରମଣ ଜାରି ରଖିଛି ଇରାନ । ୩ ଦିନ ହେଲା ଥରୁଛି ଦୁବାଇ । ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ଏବେ ଭୟଙ୍କର ରୂପ ନେଇଛି । ଆଜି ଲଗାତାର ୪ର୍ଥ ଦିନ ପାଇଁ ଇରାନ ପକ୍ଷରୁ ସଂଯୁକ୍ତ ଆରବ ଏମିରେଟ୍ସ, ବିଶେଷ କରି ଦୁବାଇ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମାଡ଼ କରାଯାଇଛି । ଦୁବାଇର ବୁର୍ଜ ଅଲ୍ ଆରବ ଏବଂ ପାମ୍ ଜୁମେରା ଭଳି ପ୍ରସିଦ୍ଧ ସ୍ଥାନ ନିକଟରେ ଜୋରଦାର ବିସ୍ଫୋରଣ ଶବ୍ଦ ଶୁଣାଯାଇଛି। ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ହୋଟେଲର ବେସମେଣ୍ଟ ବା ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି ।

ଆକାଶରେ ମିସାଇଲ୍ ନଷ୍ଟ ହେବା ପରେ ତାର ଭଗ୍ନାଂଶ ପଡ଼ି ଫୁଜୈରାର ଏକ ତୈଳ କେନ୍ଦ୍ରରେ ନିଆଁ ଲାଗିଯାଇଛି । ଆକ୍ରମଣ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୮ଜଣ ଆହତ ହୋଇଛନ୍ତି । ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ଶତାଧିକ ବିମାନ ବାତିଲ ହୋଇଛି, ଯାହାଫଳରେ ହଜାର ହଜାର ଯାତ୍ରୀ ଫସି ରହିଛନ୍ତି । ଅନେକ ଲୋକ ସଡ଼କ ପଥରେ ଓମାନ କିମ୍ବା ସୌଦି ଆରବକୁ ପଳାଇବାକୁ ଚେଷ୍ଟା କରୁଛନ୍ତି ।
ଆମେରିକା ଏବଂ ଇସ୍ରାଏଲ୍ ପକ୍ଷରୁ ଇରାନ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଇରାନ ଏହି ଆକ୍ରମଣ କରୁଛି । ଏଥିଯୋଗୁଁ କେବଳ UAE ନୁହେଁ, ବରଂ କତାର, ବାହାରିନ ଏବଂ କୁଏତ ଭଳି ଦେଶ ମଧ୍ୟ ବିପଦରେ ଅଛନ୍ତି। ମଙ୍ଗଳବାର ଦିନ ୟୁଏଇ ସେନା ୧୨ଟି ବାଲିଷ୍ଟିକ୍ ମିସାଇଲ୍ ଏବଂ ୧୨୩ଟି ଡ୍ରୋନକୁ ଆକାଶରେ ହିଁ ନଷ୍ଟ କରିଦେଇଛି । ଗତ ଫେବୃଆରୀ ୨୮ରୁ ଏପର୍ଯ୍ୟନ୍ତ ମୋଟ ୧୮୬ଟି ମିସାଇଲ୍ ମଧ୍ୟରୁ ୧୭୨ଟିକୁ ଖସାଇ ଦିଆଯାଇଛି ।
-
ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ନେତାନ୍ୟାହୁ କେଉଁ ପୁସ୍ତକ ପଢୁଛନ୍ତି? -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ଟ୍ରମ୍ପଙ୍କ ସ୍ଥଳସେନା ଅଭିଯାନ ଯୋଜନା -
ମଧ୍ୟପ୍ରାଚ୍ୟରେ ଉତ୍ତେଜନା, ଅଶୋଧିତ ତେଲ ୧୦୦ ଡଲାର ଅତିକ୍ରମ -
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଇରାନ ଜାହାଜକୁ ନେଇ ମୁହଁ ଖୋଲିଲେ ଜୟଶଙ୍କର ‘ଆମେ ଯାହା କରିଛୁ ଠିକ୍ କରିଛୁ’, -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ.....












Click it and Unblock the Notifications