ଇସ୍ରାଏଲୀ ରକେଟ୍ ମାଡ଼ରେ ସିରିୟାରେ ୧୮ ମୃତ
ଇସ୍ରାଏଲ ସୋମବାର ସିରିଆରେ ମିଶାଇଲ ମାଡ଼ କରିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମ 'ସାନା'ର ସୂଚନାନୁସାରେ, ରବିବାର ୮ଟା ୩୦ ମିନିଟ୍ (ସ୍ଥାନୀୟ ସମୟ)ରେ ମଧ୍ୟ ସିରିୟାର ତାରଟୋସ୍ ଓ ହାମା ରାଜ୍ୟରେ କ୍ଷେପଣାସ୍ତ୍ର ଓ ଯୁଦ୍ଧବିମାନ ଦ୍ବାରା ଆକ୍ରମଣ ହୋଇଥିଲା।
ଏଥିରେ ସ୍ଥାନୀୟ ଜନବସତିର ଅନେକ ଘର ଭାଙ୍ଗିଯାଇଛି। ୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି ହାମାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା ମାହେର ଅଲ୍ ୟୁନେସ୍ କହିଛନ୍ତି। ଅପରପକ୍ଷରେ, ଏହି ଘଟଣାରେ, ବିଦେଶୀ ମିଡ଼ିଆ ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ଦେବେନାହିଁ ବୋଲି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) କହିଛି।

ଉତ୍ତର ପଶ୍ଚିମ ସିରିଆର ମସ୍ୟାଫ୍ ସହରର ଏକ ରିସର୍ଚ୍ଚ ସେଣ୍ଟରକୁ ଟାର୍ଗେଟ କରି ଇସ୍ରାଏଲ ମିଶାଇଲ ମାଡ଼ କରିଥିଲା। ସେହିପରି ବିଭିନ୍ନ ଆବାସିକ ସ୍ଥଳକୁ ଟାର୍ଗେଟ କରି ଇସ୍ରାଏଲ ମିଶାଇଲ ମାଡ଼ କରିଥିଲା। ଆକ୍ରମଣରେ କେନ୍ଦ୍ରୀୟ ସିରିଆର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବାବେଳେ ହମା ପ୍ରଦେଶର ଏକ ରାଜପଥ କ୍ଷତିଗ୍ରସ୍ତ ହୋଇଛି। ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସିରିଆ ଉପରେ ଇସ୍ରାଏଲର ଏହା ସବୁଠାରୁ ବଡ଼ ଆକ୍ରମଣ।












Click it and Unblock the Notifications