ଇସ୍ରାଏଲ ଅଧିନରେ ଗାଜାରେ ୭୭ % ଅଞ୍ଚଳ
ଇସ୍ରାଏଲୀ ସେନା ଗାଜର ୭୭ ପ୍ରତିଶତ ଅଞ୍ଚଳ ଦଖଲ କରିସାରିଛି ଏବଂ ଏବେ ବାକି ଅଞ୍ଚଳ ଦଖଲ କରିବା ପାଇଁ ବର୍ବର ଆକ୍ରମଣ କରୁଛି । ହମାସର ଗଣମାଧ୍ୟମ ପକ୍ଷରୁ ଏନେଇ ସୂଚନା ମିଳିଛି । ଇସ୍ରାଏଲର ସଦ୍ୟତମ ଆକ୍ରମଣରେ ଆଉ ୩୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ସାମ୍ବାଦିକ ଏବଂ ଜଣେ ଉଦ୍ଧାରକାରୀ ଦଳର ଅଧିକାରୀ ଅଛନ୍ତି । ୭ ଅକ୍ଟୋବର, ୨୦୨୩ ଠାରୁ ଜାରି ରହିଥିବା ଇସ୍ରାଏଲ ଆକ୍ରମଣରେ ଏପର୍ଯ୍ୟନ୍ତ ମୋଟ ୨୨୦ ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଇସ୍ରାଏଲ ସେନା ଆକ୍ରମଣ ସମ୍ପର୍କରେ କୌଣସି ବିବୃତ୍ତି ଜାରି କରିନାହିଁ ।

ହମାସ ପକ୍ଷରୁ କୁହାଯାଇଛି ଯେ, ଇସ୍ରାଏଲ ବାୟୁସେନା ବିମାନ ଆକ୍ରମଣ କରି ଲୋକଙ୍କୁ ଘର ଛାଡିବାକୁ ବାଧ୍ୟ କରୁଛି ଏବଂ ସେନା ଆଗକୁ ବଢ଼ୁଛି । ଏହା ସହିତ ଇସ୍ରାଏଲ ଗାଜା ପଟିର ୭୭ ପ୍ରତିଶତ ଭୂମି ଦଖଲ କରିସାରିଛି। ଅଧିକାଂଶ ପାଲେଷ୍ଟାଇନ ନାଗରିକ ନିଜ ଘର ଛାଡି ପଳାଇ ଯାଇଛନ୍ତି । ଯେଉଁମାନେ ଘରେ କିମ୍ବା ତମ୍ବୁ ତଳେ ରହିଛନ୍ତି ସେମାନେ ଇସ୍ରାଏଲ ଆକ୍ରମଣ ସହିବାକୁ ବାଧ୍ୟ ହେଉଛନ୍ତି ।












Click it and Unblock the Notifications