ପାଲେଷ୍ଟାଇନରେ ଇସ୍ରାଏଲ କଲା ଏୟାରଷ୍ଟ୍ରାଇକ: ୩୫ ଜଣ ମୃତ

Israel Military Air Strike: ଭୟଙ୍କର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ପୁଣି ଥରେ ତିକ୍ତତା ବୃଦ୍ଧି ପାଇଛି । ପାଲେଷ୍ଟାଇନ ଆତଙ୍କବାଦୀ ତେଲ ଅଭିବର ବ୍ୟବସାୟିକ ହବରେ ଅନେକ ରକେଟ ମାଡ଼ କରିଥିବା ଦାବି କରିଛନ୍ତି ଯାହାପରେ ପ୍ରକିସୋଧ ନେଇଛି ଇସ୍ରାଏଲ । ଇସ୍ରାଏଲ୍ ସୈନ୍ୟବାହିନୀ ଏକ ଏୟାର ଷ୍ଟ୍ରାଇକ୍ କରିଛି ଯେଉଁଥିରେ ପାଖାପାଖି 35 ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।

ଦକ୍ଷିଣ ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଯୋଗୁଁ ଏକ ବିସ୍ଥାପିତ ଶିବିରରେ ରହୁଥିବା 35 ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦଶହଜାର ଲୋକ ଆହତ ହୋଇଛନ୍ତି । ଏନେଇ ହମାସ ପରିଚାଳିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ସାମିଲ ଅଛନ୍ତି ।

Israel Military Air Strike

ସଠିକ୍ ସୂଚନା ଆଧାରରେ ଏହି ଏୟାର ଷ୍ଟ୍ରାଇକ୍ କରାଯାଇଛି ବୋଲି ଇସ୍ରାଏଲ୍ ସେନା ଦାବି କରିଛି । ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ହୋଇଥିବା ଏହି ଆକ୍ରମଣରେ ଏହି ଏୟାର ଷ୍ଟ୍ରାଇକ୍ କେବଳ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ କରାଯାଇଛି। ଏହି ଆକ୍ରମଣରେ ହମାସର ଦୁଇ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ହୋଇଛି, ଯେଉଁମାନେ ଇସ୍ରାଏଲର ଏକ ସ୍ଥାନରେ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିଲେ । ଗାଜାରେ ହାମାସ ଦ୍ୱାରା ପରିଚାଳିତ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟ କହିଛି ଯେ, ଜାତିସଂଘ ଏଜେନ୍ସି ଦ୍ୱାରା ପରିଚାଳିତ ଏହି ବାୟୁସେନା କେନ୍ଦ୍ରକୁ ଟାର୍ଗେଟ କରିଛି, ଏହି ସ୍ଥାନ ରାଫା ନିକଟରେ ଏକ ଶରଣାର୍ଥୀ ସ୍ଥାନ ଥିଲା,

ଇସ୍ରାଏଲର ସୈନ୍ୟବାହିନୀ କହିଛି ଯେ, ରାଫାରେ ଏକ ହାମାସ କମ୍ପାଉଣ୍ଡକୁ ଟାର୍ଗେଟ କରାଯାଇଥିଲା ଯେଉଁଥିରେ ୟାସିନ ରାବିଆ ଏବଂ ଖାଲିଦ ନାଗରଙ୍କୁ ହତ୍ୟା କରାଯାଇଛି। ଉଭୟେ ପାଲେଷ୍ଟାଇନ ମିଲିଟାଣ୍ଟ ଗ୍ରୁପର ବରିଷ୍ଠ ଅଧିକାରୀ ଥିଲେ। ଏହି ଆକ୍ରମଣ ଯୋଗୁଁ ଅନେକ ସାଧାରଣ ନାଗରିକଙ୍କର କ୍ଷତି ହୋଇଥିବା ଇସ୍ରାଏଲ୍ ସେନା ମଧ୍ୟ ସ୍ୱୀକାର କରିଛି। ଏହି ଘଟଣାର ସମୀକ୍ଷା କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+