Get Updates
Get notified of breaking news, exclusive insights, and must-see stories!

ଇସ୍ରାଏଲ ଆକ୍ରମଣରେ ୪ ସାମ୍ବାଦିକ ସମେତ ୧୫ ମୃତ

ଗାଜାରେ ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ। ଆଜି ଇସ୍ରାଏଲ ପକ୍ଷରୁ ଗାଜାର ନସୀର ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ କରାଯାଇଛି। ଏହି ଏୟାର ଷ୍ଟ୍ରାଇକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ୧୫ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୪ ଜଣ ସାମ୍ବାଦିକ ରହିଛନ୍ତି।

ସୂଚନାନୁଯାୟୀ, ଯେଉଁ ସମୟରେ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ୍ ଗାଜା ଦଖଲ କରିବାକୁ ଯୋଜନା ଅନୁମୋଦନ କରୁଥିଲା ସେହି ସମୟରେ ଗାଜାରେ ଆକ୍ରମଣ ହୋଇଛି । ସୁରକ୍ଷା କ୍ୟାବିନେଟଠାରୁ ଅନୁମୋଦନ ପାଇବା ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲ ସମଗ୍ର ଅଞ୍ଚଳକୁ ପୁଣି ନିୟନ୍ତ୍ରଣ କରିବା ସହିତ ହମାସ ବିରୋଧୀ ବନ୍ଧୁ ଆରବୀୟମାନଙ୍କୁ ହସ୍ତାନ୍ତର କରିବାକୁ ଯୋଜନା କରୁଛି ।

GAZA

ନିକଟରେ ନସୀର ହସ୍ପିଟାଲରେ ଅନାହାର ଯୋଗୁ ଛୋଟ ପିଲାମାନଙ୍କୁ ବଞ୍ଚାଇବାରେ ଡାକ୍ତରମାନେ କେମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେକଥା ପୂରା ବିଶ୍ୱକୁ ଦେଖାଇଥିଲେ ମାରିଅମ। ଏହାକୁ ନେଇ ବିଶ୍ୱରେ ବେଶ ଚହଳ ସୃଷ୍ଟି ହୋଇଥିଲା। ଗାଜାରେ ମାନବୀୟ ସହାୟତା ଯୋଗାଣ ବନ୍ଦ କରିଥିବା ଇସ୍ରାଏଲ ଉପରେ ଅନ୍ତର୍ଜାତୀୟ ସ୍ତରରେ ଚାପ ମଧ୍ୟ ସୃଷ୍ଟି ହୋଇଥିଲା। ସମ୍ଭବତଃ ଏଥିପାଇଁ ଇସ୍ରାଏଲ ନସୀର ହସ୍ପିଟାଲରେ ଏୟାର ଷ୍ଟ୍ରାଇକ କରିଥିବା କୁହାଯାଉଛି।

ନସୀର ହସ୍ପିଟାଲ ଷ୍ଟ୍ରାଇକରେ ଅଲ ଜଜୀରାର ସାମ୍ବାଦିକ ମହମ୍ମଦ ସଲାମଙ୍କ ମୃତ୍ୟୁ ହୋଇଥିବା ସଂସ୍ଥା ପକ୍ଷରୁ ନିଶ୍ଚିତ କରାଯାଇଛି। ରୟଟର୍ସ ରିପୋର୍ଟ କରିଛି ଯେ ଆକ୍ରମଣରେ ତା'ର କଣ୍ଟ୍ରାକ୍ଟର ହୁସାମ ଅଲ ମସରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଫଟୋଗ୍ରାଫର ହାତେମ ଖାଲେଦ ଆହତ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+