ପୁଣି ଗାଜାରେ ଇସ୍ରାଏଲ୍ କଲା ଭୟଙ୍କର ଏୟାରଷ୍ଟ୍ରାଇକ୍, ୩୩ ପାଲେଷ୍ଟିନୀ ମୃତ
ଇସ୍ରାଏଲୀ ସେନା ମଙ୍ଗଳବାର ରାତିରୁ ଗାଜାଷ୍ଟ୍ରିପ୍ରେ ବୋମାମାଡ଼ ଜାରି ରଖିଥିବାବେଳେ ଏଥିରେ ୨୯ ଜଣ ପାଲେଷ୍ଟିନୀୟ ନିହତ ହୋଇଛନ୍ତି। ଗାଜା ଉତ୍ତର ଭାଗରେ ବିସ୍ଥାପିତ ଲୋକେ ଆଶ୍ରୟ ନେଇଥିବା ଏକ ଘର ଉପରେ ବୋମାମାଡ଼ ହେବାରୁ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ଜଣେ ମେଡିକାଲ ଅଫିସର କହିଛନ୍ତି ।
ଏହା ବ୍ୟତୀତ ବୁଧବାର ଅନ୍ୟ ଏକ ଆକ୍ରମଣରେ ଜଣେ ମହିଳା ଓ ତାଙ୍କର ୨ ପିଲା ପ୍ରାଣ ହରାଇଛନ୍ତି। ସେହିପରି କେନ୍ଦ୍ରୀୟ ଗାଜାରେ ଥିବା ନୁସେଇରାତ୍ ଶରଣାର୍ଥୀ ଶିବିର ଉପରେ ବୋମାମାଡ଼ ହେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍ ଲେବାନନ୍ର ହେଜ୍ବୋଲ୍ଲା ସହ ଯୁଦ୍ଧବିରତି କରିଥିବାବେଳେ ସିରିଆ ରାଷ୍ଟ୍ରପତି ବଶର ଅଲ୍-ଅସାଦ କ୍ଷମତାଚ୍ୟୁତ ହେବା ପରେ ସେଠାରେ ଆକ୍ରମଣ ଚଳାଇଛି।

ଏହା ସତ୍ତ୍ୱେ ଇସ୍ରାଏଲ୍-ହମାସ୍ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ। ଆମେରିକାର ଜୋ ବାଇଡେନ୍ ପ୍ରଶାସନ ଏବଂ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଏହି ଯୁଦ୍ଧର ପରିସମାପ୍ତି ଘଟତିବ ବୋଲି ଆଶାବାଦୀ ଥିବାବେଳେ ଅସ୍ତ୍ରବିରତି ଆଲୋଚନା ଅନେକ ମାସ ଧରି ଚାଲିଥିଲେ ମଧ୍ୟ କୌଣସି ଅଗ୍ରଗତି ହେଉନାହିଁ।












Click it and Unblock the Notifications