ଗାଜା ଉପରେ ପୁଣି ଇସ୍ରାଏଲର ଏୟାରଷ୍ଟ୍ରାଇକ, ମହିଳା ଓ ଶିଶୁ ସମେତ ୩୩ ନିହତ
ଇସ୍ରାଏଲ ସେନା ଗାଜା ଉପରେ ଏକ ବଡ଼ ବିମାନ ଆକ୍ରମଣ କରିଛି । ଏହି ଆକ୍ରମଣରେ ୩୩ ଜଣ ପାଲେଷ୍ଟାଇନୀଙ୍କର ମୃତ୍ୟୁ ଘଟିଛି । ଏହି ମୃତକଙ୍କ ମଧ୍ୟରେ ପିଲା ରହିଛନ୍ତି । ଯାହାର ସୂଚନା ହସ୍ପଟାଲ ଅଧିକାରୀମାନେ ରବିବାର ଦିନ ଦେଇଛନ୍ତି । ସୂଚନାନୁଯାୟୀ, ଗାଜାର ବିଭିନ୍ନ ସ୍ଥାନରେ ଥିବା ହମାସ କମାଣ୍ଡ ସେଣ୍ଟରଗୁଡ଼ିକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା । ୨୪ ଘଣ୍ଟାରେ ଗାଜାର ୧୩୦ଟି ସ୍ଥାନକୁ ଟାର୍ଗେଟ କରିଥିଲା ଇସ୍ରାଏଲ । ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ହ୍ବାଇଟ ହାଉସରେ ଟ୍ରମ୍ପଙ୍କ ସହ ଆଲୋଚନା କରିବାକୁ ଯାଇଥାନ୍ତେ । ଯେଉଁଥି ପାଇଁ ସେ ପ୍ରସ୍ତୁତ ହେଉଥିଲେ । ସେହି ସମୟରେ ଗାଜା ଉପରେ ଇସ୍ରାଏଲ ଏପରି ଆକ୍ରମଣ କରିଛି ।

ଟ୍ରମ୍ପ ଗାଜାରେ ୬୦ ଦିନିଆ ଯୁଦ୍ଧବିରତି ପାଇଁ ପ୍ରସ୍ତାବ ଦେଇଥିଲେ । ହମାସ ବନ୍ଦୀ କରି ରଖିଥିବା କିଛି ଲୋକଙ୍କୁ ମୁକ୍ତ କରିବା ସମ୍ପର୍କରେ ମଧ୍ୟ ଆଲୋଚନା କରିଥାନ୍ତେ । ଯାହାର ଉଦ୍ଦେଶ୍ୟ ଥିଲା ୨୧ ମାସ ଧରି ଚାଲିଥିବା ଯୁଦ୍ଧର ସ୍ଥାୟୀ ଅନ୍ତ ଘଟାଇବା । ଏହି ଆକ୍ରମଣରେ ଗାଜା ସହରର ଦୁଇଟି ଆବାସ ଘର ଉପରକୁ ଟାର୍ଗେଟ କରିଥିବା ସୂଚନା ମିଳୁଛି । ଯେଉଁଥିରେ ୨୦ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ଜଣ ଆହତ ହୋଇଛନ୍ତି । ଏହାରି ମଧ୍ୟରେ ନାସେ ହସ୍ପିଟାଲର ଅଧିକାରୀମାନେ କହିଛନ୍ତି ଯେ, ମୁୱାସି ନାମକ ଏକ ଅଞ୍ଚଳରେ ଇସ୍ରାଏଲୀ ବୋମା ମାଡ଼ରେ ୧୩ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି ।
ଅନ୍ୟପଟେ ଉତ୍ତର ଗାଜାରେ ଅନେକ ଆତଙ୍କବାଦୀମାନେ ମଧ୍ୟ ନିହତ ହୋଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସାଧାରଣ ନାଗରିକଙ୍କ ମୃତାହତଙ୍କ ସଂଖ୍ୟା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ତରାଷ୍ଟ୍ର ସମବାୟର ନଜର ବର୍ତ୍ତମାନ ୱାଶିଂଟନର ଯୁଦ୍ଧବିରତି ଉପରେ ରହିଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications