ହୁଟି ଆତଙ୍କବାଦୀଙ୍କ ମିଶାଇଲ ଆକ୍ରମଣ ପରେ ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍
ଇରାନ ସମର୍ଥତ୍ତ ୟେମେନ୍ର ହୁଟି ଆତଙ୍କବାଦୀଙ୍କ ମିଶାଇଲ୍ ଆକ୍ରମଣ ଜବାବରେ ଇସ୍ରାଏଲୀ ସେନା ରବିବାର ଅପରାହ୍ନରେ ୟେମେନ୍ ରାଜଧାନୀ ସାନା ଉପରେ ଜୋର୍ଦାର ବୋମାମାଡ଼ କରିଛି। ଗତ ୧୭ ତାରିଖର ଆକ୍ରମଣ ପରେ ରବିବାର ହୁଟିଙ୍କ ଅକ୍ତିଆରରେ ଥିବା ସାନା ଉପରେ ଆକ୍ରମଣ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବିଦ୍ରୋହୀଙ୍କ ଦ୍ୱାରା ବ୍ୟବହୃତ ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଛି।
ୟେମେନ୍ର ମିଶାଇଲ୍ ବେସ୍, ରାଷ୍ଟ୍ରପତି ଭବନ ନିକଟବର୍ତ୍ତୀ ଅଞ୍ଚଳରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ୟେମେନ୍ ସୁରକ୍ଷା ବଳ ସୂତ୍ରରୁ ଆକ୍ରମଣ ସୂଚନା ଦିଆଯାଇଥିବାବେଳେ ସ୍ଥାନୀୟ ଲୋକେ ମଧ୍ୟ ରଏଟର୍ସକୁ ଏହି ଖବର ଦେଇଛନ୍ତି। ଆକ୍ରମଣରେ କେନ୍ଦ୍ରୀୟ ସାନାରେ ଥିବା ଏକ ମ୍ୟୁନିସିପାଲିଟି ବିଲ୍ଡିଂ କ୍ଷତିଗ୍ରସ୍ତ ହେବା ସହ ସେଠାରେ କେତେଜଣ ମୃତାହତ ହୋଇଛନ୍ତି। ସେହିପରି ହୋଡେଇଡା ବନ୍ଦର ସହରରେ ମଧ୍ୟ ଆକ୍ରମଣ ହୋଇଥିବା ଏକ ଇସ୍ରାଏଲୀ ଗଣମାଧ୍ୟମ ରିପୋର୍ଟ କରିଛି। ତେବେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରାଯାଇ ନାହିଁ।













Click it and Unblock the Notifications