ଗାଜା ଉପରେ ସମ୍ପୂର୍ଣ୍ଣ କବଜା ପାଇଁ ନେତନ୍ୟାହୁଙ୍କ ଘୋଷଣା, ଏହି ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ
ଇସ୍ରାଏଲ ସମଗ୍ର ଗାଜାକୁ ନିଜ ଅକ୍ତିଆରକୁ ନେବ ବୋଲି ଘୋଷଣା କରିବା ସହ ସବୁ ଅଂଚଳରେ ବଡ଼ ଧରଣର ସାମରିକ ଅଭିଯାନ ଆରମ୍ଭ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର କହିଛନ୍ତି ଯେ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ସେନାର ଅଭିଯାନ ତ୍ବରାନ୍ବିତ ହୋଇଛି। ଗାଜାର ସମଗ୍ର ଅଂଶକୁ ନିଜ ନିୟନ୍ତ୍ରଣକୁ ନେବା ଆମର ଲକ୍ଷ୍ୟ ଏବଂ ଏହି ପ୍ରକ୍ରିୟା ଆମେ ଖୁବ୍ଶୀଘ୍ର ଶେଷ କରିବୁ ବୋଲି ନେତାନ୍ୟାହୁଙ୍କ ଘୋଷଣା ଗାଜାରେ ଆତଙ୍କ ଖେଳାଇ ଦେଇଛି। ଅନ୍ୟପକ୍ଷରେ ହମାସ୍ର ଗୁପ୍ତ ଆଡ଼ାଗୁଡ଼ିକରେ ଇସ୍ରାଏଲର ବାୟୁସେନାର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି।
ଇସ୍ରାଏଲ ସେନା ଗାଜାର ଦ୍ବିତୀୟ ବୃହତ୍ତମ ସହର ଖାନ୍ ୟୁନିସ୍ ଏବଂ ଏହାର ଆଖପାଖ ସହରର ବାସିନ୍ଦାଙ୍କୁ ଏହି ଅଞ୍ଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ସମଗ୍ର ଅଞ୍ଚଳ ଏକ ବିପଜ୍ଜନକ ଯୁଦ୍ଧ କ୍ଷେତ୍ର ଭାବେ ବିବେଚିତ ହେବ ଏବଂ ସେଠାରେ କୌଣସି ସାଧାରଣ ନାଗରିକ ରହିପାରିବେ ନାହିଁ ବୋଲି ନେତାନ୍ୟାହୁ କହିଛନ୍ତି।
ସେ ସ୍ୱୀକାର କରିଛନ୍ତି ଯେ ସହଯୋଗୀ ରାଷ୍ଟ୍ରମାନଙ୍କ ଚାପରେ ଗାଜାକୁ ସହାୟତା ପୁନରୁଦ୍ଧାର କରିବାକୁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ଖୁବ୍ କମ ସମୟ ପାଇଁ। ଇସ୍ରାଏଲର ସହଯୋଗୀମାନେ ଗାଜାରେ ଅତି ଉତ୍କଟ ଖାଦ୍ୟାଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଲୋକେ ଭୋକରେ ଛଟପଟ ହୋଇ ମରିବା ଗ୍ରହଣୀୟ ନୁହେଁ ବୋଲି ଅନେକ ରାଷ୍ଟ୍ର ଇସ୍ରାଏଲକୁ କହିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲର ହମାସ୍ ବିରୋଧୀ ଅଭିଯାନରେ ୨ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଅଂଚଳ ଛାରଖାର ହୋଇଯାଇଛି। ନୂଆ ଅସ୍ତ୍ରବିରତି ଚୁକ୍ତିରେ ଇସ୍ରାଏଲର ସର୍ତ୍ତ ମାନିବା ପାଇଁ ହମାସକୁ ଇସ୍ରାଏଲ ଏବେ ବାଧ୍ୟ କରୁଛି। ଏଥିପାଇଁ ପ୍ରବଳ ଚାପ ପକାଇବା ନିମନ୍ତେ ଇସ୍ରାଏଲ ସେନାର ଭୀଷଣ ଆକ୍ରମଣ ଆରମ୍ଭ ହୋଇଯାଇଛି ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications