ଗାଜାରେ ସାମୟିକ ପାଇଁ ଗ୍ରାଉଣ୍ତ ଅପରେସନ ବନ୍ଦ କଲା ଇସ୍ରାଏଲ

ଇସ୍ରାଏଲ-ହମାସ ଯୁଦ୍ଧ: ଆମେରିକା ପରାମର୍ଶ ପରେ ଦୀର୍ଘ ୨୦ ଦିନ ପରେ ଗାଜାରେ ସାମୟିକ ପାଇଁ ଗ୍ରାଉଣ୍ତ ଅପରେସନ ବନ୍ଦ କଲା ଇସ୍ରାଏଲ । ଏନେଇ ଆମେରିକାର ଗଣମାଧ୍ୟମ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରୁଛି ଆମେରିକା । ସେହିପରି ହମାସକୁ ଇରାନ, ରୁଷ ସମେତ ଅନେକ ଦେଶ ସପୋର୍ଟ କରୁଛି । ଖବର ରହିଛି ଯେ, ଇସ୍ରାଏଲକୁ ଆମେରିକା ଯୁଦ୍ଧାସ୍ତ୍ର ପଠାଇବା ପରେ ପୁଣି ଗାଜା ଉପରେ ଇସ୍ରାଏଲ ଆକ୍ରମଣ କରିପାରେ ।

Israel

ଏକ ଟେଲିଭିଜନ ବିବୃତ୍ତିରେ ନେତାନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲର ସୈନ୍ୟବାହିନୀର ଗାଜାରେ ପ୍ରବେଶକୁ ନେଇ ସରକାରଙ୍କ ସ୍ୱତନ୍ତ୍ର ଯୁଦ୍ଧ କ୍ୟାବିନେଟ ଦ୍ୱାରା ନିଷ୍ପତ୍ତି ନିଆଯିବ, ଯେଉଁଥିରେ ଏକ ସେଣ୍ଟ୍ରିଷ୍ଟ ବିରୋଧୀ ଦଳର ନେତା ମଧ୍ୟ ସାମିଲ ଅଛନ୍ତି।

ସେ ଆହୁରି କହିଛନ୍ତି, "ଆମେ ଏକ ଗ୍ରାଉଣ୍ଡ ଆଟାକ୍ ପାଇଁ ପ୍ରସ୍ତୁତ ହେଉଛୁ । କିନ୍ତୁ କେତେବେଳେ କରାଯିବ ତାହା ବିଷୟରେ ମୁଁ ବର୍ତ୍ତମାନ ଆଲୋଚନା କରିବା ପାଇଁ ଚାହୁଁନାହିଁ । ପ୍ରସ୍ତୁତି ଏପରି ହେବା ଉଚିତ୍ ଯାହା ଦ୍ୱାରା ଆମ ଯବାନ ମାନେ ଯୁଦ୍ଧ ସମୟରେ ନିଜକୁ ରକ୍ଷା କରିପାରିବେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଇସ୍ରାଏଲ୍ ହଜାର ହଜାର ହମାସ ଆତଙ୍କବାଦୀଙ୍କୁ ହତ୍ୟା କରିବାରେ ସଫଳ ହୋଇଛି ଏବଂ ଏହା କେବଳ ଆରମ୍ଭ। ବୁଧବାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏହା ସ୍ୱୀକାର କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ପ୍ରଥମେ ଇସ୍ରାଏଲକୁ ଏହି ଯୁଦ୍ଧରେ ଜିତିବାକୁ ପଡ଼ିବ । ଆମକୁ ଯେ କୌଣସି ପରିସ୍ଥିତିରେ ମଧ୍ୟ ଏହି ଯୁଦ୍ଧ ଜିତିବାକୁ ପଡିବ । ବଞ୍ଚିବା ପାଇଁ ହେଲେ ଆମକୁ ସଂଗ୍ରାମ କରିବା ପାଇଁ ପଡିବ । ତେବେ ଅକ୍ଟୋବର 7 ଆମ ଇତିହାସର ଏକ ଅନ୍ଧକାର ଦିନ ଥିଲା ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ, ଅକ୍ଟୋବର 7ରେ ଆମେ ଦେଶର ସୁରକ୍ଷା ଅଭାବରୁ ହମାସ ଆତଙ୍କବାଦୀ ମାନେ ଆମେ ଦେଶରେ ପ୍ରବେଶ କରି ଏପରି ବର୍ବର ଘଟଣା ଘଟାଇଥିଲେ । ସୁରକ୍ଷା ଅଭାବ ପାଇଁ ସମସ୍ତଙ୍କୁ ଦାୟୀ କରାଯିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଦେଶର ଭବିଷ୍ୟତକୁ ସୁରକ୍ଷିତ ରଖିବା ମୋର କର୍ତ୍ତବ୍ୟ, ମୋର କର୍ତ୍ତବ୍ୟ ଇସ୍ରାଏଲକୁ ସୁରକ୍ଷା ଦେବା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+