Get Updates
Get notified of breaking news, exclusive insights, and must-see stories!

୨୪ ଘଣ୍ଟାରେ ଜାଗା ଛାଡ଼ିବାକୁ ଗାଜାବାସୀଙ୍କୁ ଇସ୍ରାଏଲ ଦେଲା ଚେତାବନୀ

Israel tells 1.1 million people to leave northern Gaza: ଗାଜା ସିଟିରେ ଇସ୍ରାଏଲର ଦବଦବା ବୃଦ୍ଧି ପାଇବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଗାଜା ଅନ୍ତେବାସୀଙ୍କୁ ତୁରନ୍ତ ସ୍ଥାନ ଛାଜିବା ପାଇଁ ଇସ୍ରାଏଲ ସେନା ଦେଲା ଚେତାବନୀ । ପ୍ରାୟ ୧୧ ଲକ୍ଷ ବାସିନ୍ଦାଙ୍କୁ ଅନ୍ୟ ସ୍ଥାନକୁ ପଳାଇଯିବା ପାଇଁ ଇସ୍ରାଏଲର ଧମକ । ସେପଟେ ଇସ୍ରାଏଲର ଏପରି ନିଷ୍ପତ୍ତି ପରେ ଭୟଭ୍କର ପରିଣାମର ପୂର୍ବାନୁମାନ କରିଛି ଜାତିସଙ୍ଘ । ଖୁବ୍ ଶୀଘ୍ର ଉତ୍ତପ ପାର୍ଶ୍ୱରୁ ଘାତକ ଆକ୍ରମଣ ହୋଇପାରେ ବୋଲି କିହିଛି ଜାତିସଂଘ ।

ସେହିପରି ଇସ୍ରାଏଲ ସୈନ୍ୟବାହିନୀଙ୍କ ସୂଚନା ଅନୁସାରେ, ଗାଜା ସହର ତଳେ ଥିବା ଟନେଲରେ ହମାସ ଆତଙ୍କବାଦୀ ଲୁଚି ରହିଛନ୍ତି । ସେଥିପାଇଁ ସେମାନଙ୍କ ଉପରେ ଆକ୍ରଣକ କରିବା ପାଇଁ ସାଧାରଣ ନାଗରିକ ମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତର ହୋଇଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Israel

ତେବେ ଗାଜା ବାସିନ୍ଦା ସୁରକ୍ଷିତ ରହିବା ପାଇଁ ଦକ୍ଷିଣ ପାର୍ଶ୍ୱକୁ ପଳାଇଯିବା ପାଇଁ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଜାରି କରାଯାଇଛି । ଏହା ସହ ସେନା କହିଛି ଯେ, ହମାସ ଆତଙ୍କବାଦୀଙ୍କ ଠାରୁ ସାଧାରଣ ଲୋକ ନିଜକୁ ଦୂରେଇ ରଖନ୍ତୁ । କାରଣ ଆତଙ୍କବାଦୀ ମାନେ ତାଙ୍କୁ ମାନବ କବଚ ଭାବେ ବ୍ୟବହାର କରୁଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଇସ୍ରାଏଲ ସେନା ଆଗାମୀ ଦିନରେ ଗାଜା ସହର ଉପରେ ଆକ୍ରମଣ ଜାରି ରଖିବ । ହେଲେ ଯେପରି ସାଧାରଣ ଲୋକଙ୍କର କ୍ଷୟକ୍ଷତି ନ ହୁଏ ସେଥି ପ୍ରତି ପୁରା ଧ୍ୟାନ ରଖାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଇସ୍ରାଏଲ ଗାଜାବାସିଙ୍କୁ ଦେଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେବା ପାଇଁ ଜାତିସଂଘ କହିଛି । ନଚେତ୍ ସ୍ଥିତି ଭୟଙ୍କର ହେବ । ଗାଜା ଦକ୍ଷିଣରେ ଇଜିପ୍ଟ ଏବଂ ଉତ୍ତର ଓ ପୂର୍ବରେ ଇସ୍ରାଏଲ ସହ ସୀମା ଆବଣ୍ଟର କରିଛି ।

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର ଏହି ଅଲ୍ଟିମାଟମ୍ ସୂଚିତ କରେ ଯେ ଗତ ୬ ଦିନ ଧରି ଗାଜା ଷ୍ଟ୍ରିପ୍ ଉପରେ ଏୟାର ଷ୍ଟ୍ରାଇକ୍ କରିବା ପରେ ଇସ୍ରାଏଲ୍ ସେନା ବର୍ତ୍ତମାନ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କରିବାକୁ ଯାଉଛି। ଜାତିସଂଘ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ, ଗାଜାର ଉତ୍ତରରେ ପ୍ରାୟ 1.1 ନିୟୁତ ପାଲେଷ୍ଟାଇନୀବାସୀ ବାସ କରନ୍ତି। ମିଳିତ ଜାତିସଂଘର କର୍ମଚାରୀ ଏବଂ ସେହି ଅଞ୍ଚଳରେ ଜାତିସଂଘର ସୁବିଧାଗୁଡ଼ିକରେ ଆଶ୍ରୟ ନେଉଥିବା ଲୋକଙ୍କ ପାଇଁ ମଧ୍ୟ ଏହି ଚେତାବନୀ ପ୍ରଯୁଜ୍ୟ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଇସ୍ରାଏଲ୍ ଗାଜା ଉପରେ ସମ୍ପୂର୍ଣ୍ଣ ନଜର ରଖିଛି, ଚାରିପଟୁ ଘେରି ରହିଛି । ଗାଜା ଷ୍ଟ୍ରିପରେ ଜଳ, ବିଦ୍ୟୁତ ଏବଂ ଗ୍ୟାସ ଯୋଗାଣ ମଧ୍ୟ ବନ୍ଦ କରାଯାଇଛି । ସେହିପରି ଗାଜା ଷ୍ଟ୍ରିପରୁ ବାହାରୁଥିବା ସମସ୍ତ ରାସ୍ତା ଅବରୋଧ କରାଯାଇଛି ଏବଂ ଇଜିପ୍ଟକୁ ଯାଉଥିବା ରାଫା କ୍ରସିଂ ଉପରେ ଅତ୍ୟଧିକ ବୋମାମାଡ଼ କରାଯାଇଛି, ଯାହା ସାମୟିକ ଭାବେ ବ୍ୟବହାର ଯୋଗ୍ୟ ନୁହେଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+