ସିରିଆରେ ଇସ୍ରାଏଲ୍ର ୪୮୦ ଏୟାରଷ୍ଟ୍ରାଇକ୍
ଡମାସ୍କସ୍ : ସିରିଆରେ ବଶର ଅଲ୍-ଅସାଦ୍ ସରକାର କ୍ଷମତାଚ୍ୟୁତ ହେବା ପରେ ଇସ୍ରାଏଲ୍ର ଯୁଦ୍ଧବିମାନଗୁଡ଼ିକ ସୋମବାର ରାତିରୁ ଡମାସ୍କସ୍ ସମେତ ସାରା ଦେଶରେ ପ୍ରବଳ ବୋମାମାଡ଼ ଜାରି ରଖିଛନ୍ତି। ଯୁଦ୍ଧବିମାନଗୁଡ଼ିକ ରାଜଧାନୀ ଡମାସ୍କସ୍ର ପାଖାପାଖି ୨୫ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲେ ବୋଲି ସିରିଆ ଗୃହଯୁଦ୍ଧ ପର୍ଯ୍ୟବେକ୍ଷଣକାରୀ ସଂସ୍ଥା କହିଛି। ତେବେ ଡମାସ୍କସ୍ ଅଭିମୁଖେ ଯିବା ଖବରକୁ ଇସ୍ରାଏଲ୍ ଖଣ୍ଡନ କରିଛି।
ଇସ୍ରାଏଲ୍ ସେନା ମଙ୍ଗଳବାର କହିଛି ଯେ ଗତ ଦୁଇ ଦିନ ମଧ୍ୟରେ ସିରିଆରେ ପ୍ରାୟ ୪୮୦ ଷ୍ଟ୍ରାଇକ୍ କରିଛି। ଏହାଦ୍ୱାରା ସିରିଆର ରଣନୀତିକ ଅସ୍ତ୍ରଶସ୍ତ୍ର ଭଣ୍ଡାର କ୍ଷତିଗ୍ରସ୍ତ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କ୍ୟାଟ୍ଜ କହିଛନ୍ତି ଯେ ଇସ୍ରାଏଲ୍ ନୌସେନା ଲଟକିଆରେ ସିରିଆର ନୌସେନା ଜାହାଜକୁ ଧ୍ୱଂସ କରିଦେଇଛି, ଯାହା ଏକ ବଡ଼ ସଫଳତା ଅଟେ।
ଏହାର ଗୋଟିଏ ଦିନ ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବଶାର ଅଲ-ଆସାଦଙ୍କ ଶାସନର ପତନକୁ ଏକ ନୂତନ ତଥା ନାଟକୀୟ ଅଧ୍ୟାୟ ବୋଲି ବର୍ଣ୍ଣନା କରିଥିଲେ। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସିରିଆ ଶାସନର ପତନ ହେଉଛି ହମାସ, ହିଜବୁଲ୍ଲାହ ଏବଂ ଇରାନ ପାଇଁ ଏକ ଗୁରୁତର ଝଟକା। ମୁଁ ଯେପରି ପ୍ରତିଶୃତି ଦେଇଥିଲି, ଆମେ ମଧ୍ୟପ୍ରାଚ୍ୟର ଚେହେରାକୁ ପରିବର୍ତ୍ତନ କରୁଛୁ। ଇରାନର ସହଯୋଗୀ ଆସାଦଙ୍କ ପତନରେ ଇସ୍ରାଏଲର ଅଧିକାରୀମାନେ ଖୁସି ବ୍ୟକ୍ତ କରିଛନ୍ତି। ଲେବାନନରେ ହିଜବୁଲ୍ଲାହ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ସିରିଆ ଏକ ବାଟ ପ୍ରଦାନ କରିଥିଲା।
ସିରିଆରେ ପାଖାପାଖି ୧୪ ବର୍ଷ ହେଲା ଗୃହଯୁଦ୍ଧ ଚାଲିଥିବାବେଳେ ବ୍ରିଟେନରେ ଥିବା ସିରିଆ ଅବ୍ଜରଭେଟୋରୀ ଫର୍ ହ୍ୟୁମାନ ରାଇଟ୍ସ ଏହା ଉପରେ ତୀକ୍ଷ୍ଣ ନଜର ରଖିଆସିଛି। ଅସାଦ ସରକାରର ପତନ ପରେ ଇସ୍ରାଏଲ୍ ସିରିଆରେ ୩୦୦ରୁ ଅଧିକ ଥର ଏୟାରଷ୍ଟ୍ରାଇକ୍ କରିଥିବା ଉକ୍ତ ଅବ୍ଜରଭେଟୋରି ପକ୍ଷରୁ କୁହାଯାଇଛି। ଇସ୍ରାଏଲ୍ର ଆକ୍ରମଣକୁ ତୁର୍କୀ, ଇଜିପ୍ଟ, କାତାର ଏବଂ ସାଉଦି ଆରବ ନିନ୍ଦା କରିଛନ୍ତି।

ଏଭଳି ଆକ୍ରମଣ ସିରିଆରେ ସୁରକ୍ଷା ବ୍ୟବସ୍ଥା ଫେରାଇ ଆଣିବା ସୁଯୋଗକୁ ନଷ୍ଟ କରିଦେବ ବୋଲି ସାଉଦି ଆରବ କହିଛି। ସିରିଆରେ ଅନେକ ଦିନ ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ୍ କହିଥିବାବେଳେ ସେପଟେ ସେଠାର ଦ୍ୱନ୍ଦ୍ୱରେ ହସ୍ତକ୍ଷେପ କରିବ ନାହିଁ ବୋଲି ଜାତିସଂଘ ସୁରକ୍ଷା ପରିଷଦକୁ କହିଛି। କେବଳ ନିଜର ସୁରକ୍ଷା ପାଇଁ ସୀମିତ ଏବଂ ଅସ୍ଥାୟୀ ପଦକ୍ଷେପ ନିଆଯାଉଥିବା ଜେରୁଜେଲମ୍ ପକ୍ଷରୁ କୁହାଯାଇଛି।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications