ୟେମେନ ଉପରେ ଇସ୍ରାଏଲର ଆଟାକ୍,ଜଣେ ମୃତ, ୩୫ ଆହତ
ୟେମେନ ଉପରେ ଇସ୍ରାଏଲର ଆକ୍ରମଣ । ହାଉତିଙ୍କ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ଜବାବ ଦେଲା ଇସ୍ରାଏଲ । ବନ୍ଦର ସହର ହୋଦେଇଦାହ ରେ ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍ କରିଛି । ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ରହିଛି । ଅତି କମରେ ୫ଟି ଆକ୍ରମଣ ହୋଦେଇଦାହ ବନ୍ଦର ଉପରେ ହୋଇଥିଲା।

ଅନ୍ୟ ଆକ୍ରମଣଗୁଡ଼ିକ ହୋଦେଇଦାହ ସହରରୁ ୫୫ କିଲୋମିଟର ଦୂର ଉତ୍ତର-ପୂର୍ବରେ ଅବସ୍ଥିତ ବାଜିଲ ଜିଲ୍ଲାରେ ଏକ ସିମେଣ୍ଟ କାରଖାନା ଉପରେ ହୋଇଥିଲା । ଏହି ଅପରେସନରେ ପ୍ରାୟ ୨୦ଟି ଇସ୍ରାଏଲୀ ଫାଇଟର ପ୍ଲେନ୍ ଭାଗ ନେଇଥିଲା । ହାଉତିଙ୍କ ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସାତ ଗୁଣା ହମଲା ହେବ ବୋଲି ଚେତାବନୀ ଦେଇଥିଲେ ।












Click it and Unblock the Notifications