ଇରାନର ୯ଟି ସ୍ଥାନ ଉପରେ ଇସ୍ରାଏଲର ଆକ୍ରମଣ

Israel-Iran Conflict: ଇସ୍ରାଏଲ ଉପରେ ଆକ୍ରମଣ କଲା ଇରାନ । ଇରାନର ଇସଫାହାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣର ଘଟିଥିବା ନେଇ ସୂଚନା ରହିଛି । ଆମେରିକାର ଦୁଇ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲ ଇରାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ଆରମ୍ଭ କରିଛି ।

ହେଲେ ଇସ୍ରାଏଲ୍ ପକ୍ଷରୁ ଏପର୍ଯ୍ୟନ୍ତ ଏହା ନିଶ୍ଚିତ କରାଯାଇ ନାହିଁ । ଇରାନର FARS ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ସାମରିକ ବେସ ନିକଟରେ ତିନିଟି ବିସ୍ଫୋରଣର ଶବ୍ଦ ହୋଇଥିଲା । ଯାହା ଯୁଦ୍ଧ ବିମାନ ଇସ୍ଫାହାନ ସହରର ଉତ୍ତର-ପଶ୍ଚିମ ଭାଗରେ ଅବସ୍ଥିତ।

ସେହିପରି ଇରାନ ପ୍ରେସ ଟିଭି ମଧ୍ୟ ରିପୋର୍ଟ କରିଛି ଯେ, କେନ୍ଦ୍ରୀୟ ସହର ନିକଟରେ ଏକ ବିସ୍ଫୋରଣର ଶଦ୍ଧ ଶୁଭିଛି । ହେଲେ ଏହି ବିସ୍ଫୋରଣର କାରଣ ଅସ୍ପଷ୍ଟ । ଇରାନର ପ୍ରେସ ଟିଭି ଦାବି କରିଛି ଯେ, ଇରାନର ପ୍ରତିରକ୍ଷା ପ୍ରଣାଳୀ ଅନେକ ଇସ୍ରାଏଲର କ୍ୱାଡକୋପଟରକୁ ଗୁଳି କରି ହତ୍ୟା କରିଛି। ଇରାନର ରାଜ୍ୟ ଗଣମାଧ୍ୟମ ମେହେର ଟିଭିର ସିଏନଏନ କହିଛି ଯେ, ଇରାନର ଅନେକ ବିମାନବନ୍ଦରରେ ବିମାନ ଉଡ଼ାଣ ବାତିଲ କରାଯାଇଛି। ତେହେରାନ, ଇସଫାହାନ ଏବଂ ଶିରାଜ ବିମାନ ବନ୍ଦରରେ ସେବା ସ୍ଥଗିତ ରଖାଯାଇଛି।

Israel-Iran Conflict

ଇରାନର ରାଜ୍ୟ ଗଣମାଧ୍ୟମ ପ୍ରେସ ଟିଭି ଜଣେ ଇରାନ ଅଧିକାରୀଙ୍କ ସୂଚନା ଦେଇଛନ୍ତି ଯେ, ଇରାନରୁ ଅନେକ ବିମାନ ବାତିଲ କରାଯାଇଛି। ଅନ୍ୟପକ୍ଷରେ ବିବିସି ରିପୋର୍ଟ ଅନୁଯାୟୀ, ଇସ୍ଫାହାନରେ ଇରାନର ସେନାର ଏକ ବଡ଼ ବାୟୁ ବେସ ଅଛି ଏବଂ ଏହି କ୍ଷେତ୍ରରେ ପରମାଣୁ ଅସ୍ତ୍ର ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବେସ ମଧ୍ୟ ଅଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+