ଭଗ୍ର ହେଉଛି ଯୁଦ୍ଧ: ଲେବାନନ୍ ଉପରେ ଆକ୍ରମଣ କଲା ଇସ୍ରାଏଲ

Israel-Hamas War: ହମାସ ଆକ୍ରମଣକୁ ୧୧ ଦିନ ହେଲାଣି ହେଲେ ଏବେ ବି ଯୁଦ୍ଧ ଜାରି ରହିଛି । ଦିନକୁ ଦିନ ବିଗିଡିବାରେ ଲାଗିଛି ସ୍ଥିତି । ଏହାରି ମଧ୍ୟ ଇସ୍ରାଏଲ ହମାସ ଉପରେ ଆକ୍ରମଣ କରିବା ଭିତେର ଏହାର ପଡୋଶୀ ଦେଶ ଲେବାନନ୍ ଉପରେ ଜୋରଦାନ ଆକ୍ରମଣ କରିଛି । ଲେବାନନ୍ ସ୍ଥିତି ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲାହର ଭିନ୍ନ ଭିନ୍ନ ଠିକଣା ଉପରେ ରାତି ସାରା ମିଜାଇଲ୍ ବର୍ଷା କରିଛି ଇସ୍ରାଏ ।

 Israel Strikes Hezbollah Targets In Lebanon

ହିଜବୁଲ୍ଲାହ, ହମାସ ସମର୍ଥନରେ ଇସ୍ରାଏଲ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଥମେ ଆକ୍ରମଣ କରିବାରୁ ଏହାର ଜୋରଦାର ଜବାବ ଦେଇଛି ଇସ୍ରାଏଲ ସେନା । ତେବେ ଇସ୍ରାଏଲ ଉପରେ ଆକ୍ରମଣ ନ କରିବାକୁ ହିଜବୁଲ୍ଲାହଙ୍କୁ ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ।

ଆଜି ହେଉଛି ହାମାସ ବିରୁଦ୍ଧରେ ଇସ୍ରାଏଲର ଯୁଦ୍ଧର ଦଶମ ଦିନ ଏବଂ ଉଭୟ ପାର୍ଶ୍ୱରୁ ଚାଲିଥିବା ଆକ୍ରମଣରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ପକ୍ଷରୁ 1300 ଜଣ ପ୍ରାଣ ହରାଇ ସାରିଥିବାବେଳେ ପାଲେଷ୍ଟାଇନ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶେଷ ହିସାବରେ, ଗାଜା ଷ୍ଟ୍ରିପ୍ ରେ ମୃତ୍ୟୁ ସଂଖ୍ୟା 2,750 ଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ 9,700 ଆହତ ହୋଇଛନ୍ତି ।

ସେହିପରି ଖବର ରହିଛି ଯେ, ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ହମାସ ଶାସିତ ଗାଜା ସହରରେ ଥିବା ହମାସର ଆଡ୍ଡା ଉପରେ ଲଗାତାର ଆକ୍ରମଣ କରୁଛିଲ । ହମାସ ଆତଙ୍କବାଦୀଙ୍କ ମୁଖିଆଙ୍କୁ ଖୋଜି ଖୋଜି ହତ୍ୟା କରୁଛନ୍ତି ଇସ୍ରାଏଲ ସେନା । ହମାସର ୫ଟି ବଡ଼ ଆତଙ୍କବାଦୀଙ୍କୁ ହତ୍ୟା କରିସାରିଥିବା ନେଇ ଖବର ରହଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ, ଗାଜାରୁ ସମସ୍ତ ହମାସ୍ ଆତଙ୍କବାଦୀଙ୍କୁ ମୂଳପୋଛ କରିବ ଇସ୍ରାଏଲ ସେନା । ସେହିପରି ଗାଜା ଦଖଲ କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ସ୍ପଷ୍ଟ କରିଛି ଇସ୍ରାଏଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+